ନ୍ୟୁୟର୍କ ୭।୧୧: ପ୍ରଶିଦ୍ଧ ୟୁ-ଟ୍ୟୁବର ଓ କାର ଇନଫ୍ଲୁଏନସରଙ୍କର ସଡ଼କ ଦୁର୍ଘଟଣାରେ ମର୍ମନ୍ତୁଦ ମୃତ୍ୟୁ ହୋଇଛି। ତାଙ୍କ ବିଏମଡବ୍ଲୁ କାର କ୍ୱିନସ୍ ଏକ୍ସପ୍ରେସ-ୱେରେ ଓଲଟି ପଡିଛି। ନ୍ୟୁୟର୍କ ପୋଲିସ ଅନୁସାରେ ବ୍ରୋଙ୍କସ ନିବାସୀ ଆନ୍ଦ୍ରେ ବିଡଲ ସୋସିଆଲ ମିଡିଆରେ ‘1ଷ୍ଟକଏଫ30’ ନାମରେ ପରିଚିତ ଥିଲେ। ଆନ୍ଦ୍ରେ ବିଡଲ ରାତି ପ୍ରାୟ ଗୋଟାଏ ବେଳେ ଜନଏଫ କେନେଡି ଏୟାରପୋର୍ଟ ନିକଟସ୍ଥ ନାସାଉ ଏକ୍ସପ୍ରେସ ୱେରେ ତୀବ୍ର ବେଗରେ ଗାଡି ଚଳାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦ୍ରୁତବେଗରେ ଗାଡ଼ି ଚଳାଉଥିବା ବେଳେ ସେ ନିୟନ୍ତ୍ରଣ ହରାଇଥିଲେ କାରଟି ରାସ୍ତାକଡ ଲାଇଟପୋଷ୍ଟରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣା ଏତେ ଭୟାବହ ଥିଲାଯେ ଘଟଣାସ୍ଥଳର ଦୃଶ୍ୟ ଦେଖି ଲୋକେ ବିଚଳିତ ହେଉଛନ୍ତି। ଆନ୍ଦ୍ରେ ବିଡଲଙ୍କ ବୟସ ୨୫ ବର୍ଷ ଓ ସେ ୨୦୨୩ ମସିହାର ବିଏମଡବ୍ଲୁ ଏମ-୨୪୦ କାର ଚଳାଉଥିଲେ। ଇଂଷ୍ଟାଗ୍ରାମରେ ତାଙ୍କର ୨୩୩,୦୦୦ ଫଲୋଅର୍ସ ଥିବା ବେଳେ ୟୁ-ଟ୍ୟୁବରେ ୫୮,୭୦୦ ସବସ୍କ୍ରାଇବର ଥିଲେ।
Why was there a random puddle at the end of the road? #1stockf30 rip bro 🕊️ @1Stockf30 pic.twitter.com/6nG0no8eDb
— Phantom (@Phxn10m) November 6, 2024
ସେ ଦୁର୍ଘଟଣା ବେଳେ ବାମ ପଟ ଲେନରେ ଦ୍ରୁତ ବେଗରେ ଗାଡି ଚଳାଉଥିଲେ। ଅଚାନକ ତାଙ୍କ ଗାଡି ସଡକରୁ ତଳକୁ ଓହ୍ଲାଇ ଯିବା ସହ ଡାହାଣ ପଟକୁ ମୋଡି ହୋଇ ଲାଇଟ ପୋଷ୍ଟରେ ପିଟି ହୋଇଯାଇଥିଲା। ପୋଲିସ ସୂଚନା ଅନୁସାରେ ଦୁର୍ଘଟଣା ପରେ ବିଡଲଙ୍କୁ ଜମୈକା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦୁର୍ଘଟଣାର ଭୟାବହ କ୍ଷଣ ରହିଛି। ଉଲ୍ଲେଖଯୋଗ୍ୟ ଯେ ମୃତ୍ୟୁର ଦୁଇ ସପ୍ତାହ ପୂର୍ବରୁ ତାଙ୍କ କାରର ରୋମ ଟାଙ୍କୁରା ସ୍ପିଡକୁ ନେଇ ବାହାଦୁରି ବଖାଣିଥିଲେ।
ଏହି କାର ୩.୦୮ ସେକେଣ୍ଡରେ ୬୦ରୁ ୧୦୦ ମାଇଲ ଅର୍ଥାତ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗ ଧରିଥାଏ। ଏହା ପରେ ୨.୯୭ ସେକେଣ୍ଡ ପରେ ୧୦୦ରୁ ୧୫୦ ମାଇଲ ଅର୍ଥାତ ଘଣ୍ଟାପ୍ରତି ୨୪୧ କିଲୋମିଟର ବେଗରେ ଗତି କରିବାରେ ଲାଗିଥାଏ। ତେବେ ଖାସ କଥା ଯାହା ତାହା ହେଉଛି ଦୁର୍ଘଟଣା କାଳରେ ବିଡଲଙ୍କ ସହିତ ଜଣେ ୨୧ ବର୍ଷ ବୟଷ୍କ ଯୁବକ ବି ଥିଲା, ଯାହାଙ୍କ ଜୀବନ ବଞ୍ଚିଯାଇଛି।