ନୀଳଗିରି ୨୭।୩: ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜନୀତି ଟଳମଳ ହୋଇଛି । ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମଙ୍ଗଳବାର ଅପରାହ୍ନରେ କୁଆଡେ ସେ ବିଜେପି ଦଳରୁ ଇସ୍ତଫା ଦେଇଥିବା ଶୁଣିବାକୁ ମିଳୁଛି । ଏହାକୁ ନେଇ ନୀଳଗିରିରେ ରାଜନୈତିକ ବାତାବରଣ ବଦଳିଯାଇଥିବା ଜଣାପଡୁଛି । ସେପଟେ ଭୁବନେଶ୍ୱରରେ ବୁଧବାର ବାଲେଶ୍ଵର ବିଜେଡିକୁ ନେଇ ଏକ ଜରୁରୀ ବୈଠକ ବସୁଥିବା ବେଳେ ସୁକାନ୍ତଙ୍କୁ ନେଇ ଏଭଳି ଚର୍ଚ୍ଚା ବେଳେ ହୁଏତ ସୁକାନ୍ତ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ନୀଳଗିରି ରାଜନୀତି ଟଳମଳ, ବିଜେପି ଛାଡିବେ ବିଧାୟକ ସୁକାନ୍ତ ନାୟକ !
ତେବେ ନୀଳଗିରି ରଥଦାଣ୍ଡରେ ଥିବା ସୁକାନ୍ତଙ୍କ ବିଜେପି ଅଫିସରେ ହୋଡ଼ିଂ ହଟିଯାଇଥିବା ବେଳେ ଏହାକୁ ନେଇ ରାଜନୀତି ଆହୁରି ସରଗରମ ହୋଇ ଉଠିଛି । ତେବେ କିଛି ଦିନ ଆଗରୁ ସାଆନ୍ତା ଠାରେ ଏକ ପାର୍କରେ ବିଜେପି ଦଳର ସାଂଗଠନିକ ବୈଠକରେ ତୁମ୍ବିତୋଫାନ ଉଠିବା ପରେ ସୁକାନ୍ତଙ୍କୁ ନେଇ ଆଜିର ଏଭଳି ଚର୍ଚ୍ଚା ନୀଳଗିରି ରାଜନୀତି ପାଣିପାଗକୁ ସରଗରମ କରିଛି । ଏନେଇ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପ୍ରତିକ୍ରିୟାରେ ଖାଲି ସମୟକୁ ଅପେକ୍ଷା କରିବାକୁ କହିଛନ୍ତି ।
You Can Read :
ବିଜେଡିରେ ମିଶିଲେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ