୭ ଦିନ ପରେ ମିଳିଲେ ନିମାନନ୍ଦ ପ୍ରଧାନ, ଅପହରଣ ନା ଆଉ କ’ଣ ?

Published By : Prameya-News7 Bureau | February 19, 2025 IST

ବଡ଼ବିଲ ୧୯।୦୨: ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ୍ ମେଟାଲ୍ସର ଭାଇସ୍ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ ଅପହରଣ ଘଟଣା। ୭ ଦିନ ପରେ ନିମାନନ୍ଦ ପ୍ରଧାନଙ୍କୁ ଉଦ୍ଧାର କଲା ପୋଲିସ। ଡ୍ରାଇଭର ଫିରୋଜ୍ ଏବଂ ଡଷ୍ଟର ଗାଡ଼ି ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ନିମାନନ୍ଦଙ୍କୁ କେଉଁଠାରୁ ଓ କିପରି ଉଦ୍ଧାର କରାହେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସେପଟେ ଡ୍ରାଇଭର ଫିରୋଜକୁ ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ। 

ଗତ ୧୨ ତାରିଖ ସନ୍ଧ୍ୟାରେ ଅଫିସରୁ କାର୍ ଯୋଗେ ଘରକୁ ଯିବାବେଳେ ଅପହରଣ ନେଇ ଅଭିଯୋଗ ହୋଇଥିଲା। ପରିବାର ଲୋକଙ୍କ ଏତଲା ପରେ ବଡ଼ବିଲ ପୋଲିସ୍ ତନାଘନା ଆରମ୍ଭ କରିଥିଲା। ଫୋନ୍ ର ଲାଷ୍ଟ ଲୋକେସନ୍ ଝାଡ଼ଖଣ୍ଡର ବଡ଼ଜାମଦା ଅଞ୍ଚଳରେ ରହିଥିଲା। ଫୋନ୍ କଲ୍ ଡିଟେଲ୍ସ, ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଝାଡ଼ଖଣ୍ଡ ପୋଲିସର ସହାୟତା ମଧ୍ୟ ନିଆଯାଇଥିଲା। ୭ ଦିନ ପରେ ନିମାନନ୍ଦ ପ୍ରଧାନଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଅପହରଣ ପଛରେ କାରଣ କ'ଣ ? ଅପହର୍ତ୍ତାକାରୀ କିଏ ? ଏବଂ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଯାଇଥିଲା ? ଟଙ୍କା ପାଇଁ ତାଙ୍କୁ ମୁଣ୍ଡ ଜାମିନ ରଖାଯାଇଥିଲା କି ? ନା ଆଉ କିଛି କାରଣ ? ଏହି ସବୁ ନେଇ ପୋଲିସ୍ ପକ୍ଷରୁ ପ୍ରେସ୍ ମିଟ୍ କରି ଖୁଲାସା ପରେ ସ୍ପଷ୍ଟ ହେବ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.