ଭାରତ ହେବ ପରମାଣୁ ଶକ୍ତିଶାଳୀ ଦେଶ, ସରକାର ଖୋଲିଲେ ୨ ହଜାର କୋଟି ଟଙ୍କାର ଭଣ୍ଡାର

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ ୦୧।୦୨: ଭାରତ ହେବ ନ୍ୟୁକ୍ଲିୟର୍‌ ପାଓ୍ବାର ହବ୍‌ । ବଜେଟ୍‌ରେ ବଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରମାଣୁ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ୨୦ ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି।

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପରମାଣୁ ଶକ୍ତି ମିଶନ ଅଧୀନରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ୧୦୦ GW ପରମାଣୁ ଶକ୍ତି ବିକଶିତ କରାଯିବ । ଏଥିପାଇଁ ପରମାଣୁ ଶକ୍ତି ଆଇନରେ ସଂଶୋଧନ କରାଯିବ। ଏହାବ୍ୟତୀତ ସରକାର ଜାହାଜ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବାରୁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନାକୁ ପୁଣି ଥରେ ଆରମ୍ଭ କରାଯିବ। ଜାହାଜ ନିର୍ମାଣ ଗୋଷ୍ଠୀଗୁଡ଼ିକୁ ସୁବିଧା ଯୋଗାଇ ଦିଆଯିବ।

ଅର୍ଥମନ୍ତ୍ରୀ ଭାଷଣରେ କହିଛନ୍ତି କି ସରକାର ସମସ୍ତଙ୍କ ବିକାଶ ଉପରେ ଧ୍ୟାନ ଦେଉଛନ୍ତି । ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଆମର ଅର୍ଥନୀତି ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି । ଗତ ୧୦ ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ ରେକର୍ଡ ଏବଂ ସଂରଞ୍ଚନାତ୍ମକ ସୁଧାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଅର୍ଥମନ୍ତ୍ରୀ କହିଛନ୍ତି କି ଭାରତର ସାମର୍ଥ୍ୟ ଏବଂ କ୍ଷମତା ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧି ପାଇଛି ।

ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ ଆମର ଫୋକସ୍‌ 'GYAN' ଉପରେ ରହିଛି । ଯାହାର ଅର୍ଥ - ଗରିବ, ଯୁବକ, ଖାଦ୍ୟ ଯୋଗାଣକାରୀ ଏବଂ ମହିଳା ଶକ୍ତି । ଅର୍ଥମନ୍ତ୍ରୀ କହିଛନ୍ତି  ଯେ ୧୦ ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିଛୁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.