ପୂଜା ପାଇଁ ଆକ୍ସନରେ କମିଶନରେଟ ପୋଲିସ, ଚାନ୍ଦା ଆଦାୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ୍

Published By : Prameya-News7 Bureau | September 21, 2024 IST

କଟକ ୨୧/୦୯: ପୁଜା ପାଇଁ ଜୋର ଆକ୍ସନରେ କମିଶନରେଟ ପୋଲିସର ଆକ୍ସନ । ଜୋର ଜବରଦସ୍ତ ଚାନ୍ଦା ଆଦାୟ ହୋଇପାରିବନି କେହି । ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରାଯାଇଛି । ଯଦି କେହି ଏଥିରେ ଖିଲାପ କରେ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଶହରା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛି ପୋଲିସ ।


ବେଆଇନ ଚାନ୍ଦା ଆଦାୟ ସମ୍ପର୍କରେ ସୂଚନା ଦେବାଲାଗି ଖୁବଶୀଘ୍ର ଏକ ଟେଲିଫୋନ ନମ୍ବର ଜାରି କରାଯିବ । ଖବରଦାତାଙ୍କ ନାମ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଶୁକ୍ରବାର କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଦଶହରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଠି ସହରର ପ୍ରାୟ ସମସ୍ତ ପୁଜା କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । 

ତେବେ କେତେକ ସ୍ଥାନରେ ସୀମା ବିବାଦ ମୁଣ୍ତ ଟେକିଛି , ଏବଂ ଆଉ କିଛି ଜାଗାରେ ସାହି ସାହି ଭିତରେ ବିବାଦ ରହିଥିବା କାରଣରୁ ପୁଜା ବେଳେ ବିଶୃଂଖଳା ହେବାର ସମ୍ଭାବନା ରହିଛି । ଯାହାକୁ ଏଡାଇବା ଲାଗି ଏ ସି ପି ସ୍ତରୀୟ ଯୋନ କମିଟି ଗଠନ କରାଯାଇଛି । ଏବଂ ପୁଜା ଆଗରୁ ସମସ୍ତ ବିବଦାର ଅବସାନ ହେବ ବୋଲି ପ୍ରସ୍ତୁତି ବୈଠକ ପରେ ସୂଚନା ଦେଇଛନ୍ତି ଏ ଡି ସି ପି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.