ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବିମାନବନ୍ଦରରୁ ଜନତା ମୈଦାନ ଓ ଗାଡ଼କଣ ଯାଏଁ ନୋ ଫ୍ଲାଇଂ ଜୋନ୍

Published By : Prameya-News7 Bureau | September 15, 2024 IST

ଭୁବନେଶ୍ବର ୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ମୋଦିଙ୍କ ଗସ୍ତ ସମୟରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ । ୧୧ ଜଣ ଡିସିପି ରାଙ୍କ ଅଧିକାରୀ, ୨୨ ଜଣ ଅତିରିକ୍ତ ଡିସିପି, ୬୬ ଜଣ ଏସିପି, ୧୦୦ ଜଣ ଆଇଆଇସି, ୩ ଶହ ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ । SPG ଟିମ୍ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

ବିମାନବନ୍ଦର ଠାରୁ ଜନତା ମୈଦାନ ଓ ଗାଡକଣ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଏସବୁ ସ୍ଥାନମାନଙ୍କୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି । ବ୍ୟାପକ ମହିଳା ପୋଲିସ ଅଧିକାରୀ ମୁତୟନ କରାଯିବ । STU, ଓଡ୍ରାଫ ଓ CRPF କମ୍ପାନୀର ମୋଟ୍ ୬ଟି ୟୁନିଟ୍ ମଧ୍ୟ ମୁତୟନ ହେବେ । ଉଚ୍ଚ ଅଟାଳିକାରେ ପୋଲିସ ମୁତୟନ କରାଯାଇଛି । 

ଟ୍ରାଫିକ୍‌ କଟକଣା ମଧ୍ୟ ଜାରି କରାଯାଇଛି । ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ବ୍ୟାରିକେଡ଼ କରାଯାଇଛି । ସାଦା ପୋଷାକଧାରୀ ପୋଲିସ, ଡଗ୍ ସ୍କ୍ୱା଼ଡ୍, ବମ୍ ସ୍କ୍ୱାଡ୍ ମୁତୟନ ରହିବେ । ଜନତା ମୈଦାନ ଓ ଗାଡ଼କଣରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି ।

You Can Read:

ମାଓ ଭୟରେ ଦୀର୍ଘବର୍ଷ ଧରି ବନ୍ଦ ଥିଲା ବିଦ୍ୟାଳୟ, ଖୋଲିବାରୁ ଶିକ୍ଷା ଅଧିକାରୀଙ୍କୁ ମାରିଦେଲେ ମାଓବାଦୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.