ନୂଆଦିଲ୍ଲୀ 07/01: ଦେଶର ଜଣାଶୁଣା ବ୍ୟବସାୟୀ ତଥା ବିଲିୟନେୟାର ଆନନ୍ଦ ମହିନ୍ଦ୍ରା। ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍। ପ୍ରତିଦିନ କିଛିନା କିଛି ହଟକେ ଓ ମଜାଦାର୍ ଭିଡିଓ ସୋସିଆଲ୍ ମିଡିଆରେ କରୁଥାନ୍ତି ସେଆର୍। ଯାହାକୁ ୟୁଜରମାନେ ଖୁବ୍ ପସନ୍ଦ କରନ୍ତି। ତେବେ ନିକଟରେ ଆନନ୍ଦଙ୍କର ଏକ ପୋଷ୍ଟ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ସେ ଲେଖିଛନ୍ତି, 'ଯଦି ମୁଁ ଏହା କରେ, ତେବେ ମୁଁ ଦେବାଳିଆ ହୋଇଯିବି'। ତେବେ ଆନନ୍ଦ ମହିନ୍ଦ୍ରା ଏମିତି କାହିଁକି କହିଲେ। କେଉଁ ପରିସ୍ଥିତି ଆନନ୍ଦଙ୍କୁ ଦେବାଳିଆ କରିଦେବ ଆସନ୍ତୁ ଜାଣିବା।
ଆନନ୍ଦ ମହିନ୍ଦ୍ରା ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଏକ ଭିଡିଓ ସଂଲଗ୍ନ ହୋଇଛି। ଏହି ଭିଡିଓ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓରେ ଚିକୁ ଯାଦବ ନାମକ କୁନି ପିଲାଟି ତାଙ୍କ ବାପାଙ୍କ ସହ କଥାବାର୍ତ୍ତା ହେଉଛନ୍ତି। କଥା ହେଉଛି ସେ ମହିନ୍ଦ୍ରା ଥାର୍ ଓ ଏକ୍ସୟୁଭିକୁ ମାତ୍ର 700 ଟଙ୍କାରେ କିଣିବାକୁ ଯୋଜନା କରୁଛନ୍ତି। ସେ କହୁଛନ୍ତି ଯେ ଥାର୍ ଏବଂ ଏକ୍ସୟୁଭି 700 ସମାନ୍ । ଆଉ ସେ ଏହାକୁ ସାତ ଶହ ଟଙ୍କାରେ କିଣି ପାରିବେ । କାହିଁକିନା ଏଥିରେ 700 ଲେଖା ଅଛି।
wp:html /wp:htmlପିଲାଟିର ବାପା ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ସେ କହୁଛନ୍ତି ଲକ୍ଷ ଲକ୍ଷର ଏହି ଗାଡ଼ି ଗୁଡିକ 700 ଟଙ୍କାରେ କିଣାଯାଇପାରିବ ନାହିଁ। କିନ୍ତୁ ପିଲାଟି ଜିଦ୍ ଧରି ବସିଛି। 700 ଡଲାରରେ ଥାର କିଣିବାକୁ ଜିଦ୍ ଧରିଥିବା ଏହି ପିଲାଟି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପିଲାଟିର କୁନି ଅନ୍ଦାଜ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି।
Also Read- ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ; ଭୟଙ୍କର ହୋଇପାରେ ୨୦୨୪, ପରମାଣୁ ବିସ୍ଫୋରଣ ସହ ଜଳବାୟୁ ହେବ ପରିବର୍ତ୍ତନ
ଏହି ଭାଇରାଲ୍ ଭିଡିଓ କ୍ଲିପ୍ ଆନନ୍ଦ ମହିନ୍ଦ୍ରାଙ୍କ ଜଣେ ବନ୍ଧୁ ତାଙ୍କ ସହ ସେୟାର କରିଥିଲା, ଏହା ପରେ ଆନନ୍ଦ ମହିନ୍ଦ୍ରା ଏହାକୁ ସେୟାର କରି ଲେଖିଛନ୍ତି, ଏମିତି ହେଲେ ମୁଁ ତ ଦେବାଳିଆ ହୋଇଯିବି। ସେ ଆହୁରି ଲେଖିଛନ୍ତି , ମୋର ବନ୍ଧୁ ସୋନି ତାରା ପୋରୱାଲା ମୋତେ ଏହି ଭିଡିଓ ପଠାଇଛନ୍ତି। ମୁଁ ମଧ୍ୟ ଏହି ପିଲା ଚିକୁକୁ ଭଲ ପାଏ । କିନ୍ତୁ, ମୋର ଏକମାତ୍ର ସମସ୍ୟା ହେଉଛି ଯଦି ମୁଁ ଏହି ଦାବିକୁ ଗ୍ରହଣ କରେ ଏବଂ ଥାର୍ କୁ 700 ଟଙ୍କାରେ ବିକ୍ରି କରେ, ତେବେ ମୁଁ ଖୁବଶୀଘ୍ର ଦେବାଳିଆ ହୋଇଯିବି। ଏଥିରେ ଅନେକ ଲୋକ ମଜାଦାର କମେଣ୍ଟ ବି ଦେଇଛନ୍ତି ।