ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା : ପୋଲିସକୁ ମିଳିଲା ସୁଇସାଇଡ୍ ନୋଟ୍, ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଗଲା...

Published By : Prameya-News7 Bureau | February 19, 2025 IST

ଭୁବନେଶ୍ୱର ୧୯।୦୨ : କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ଜବତ ହେଲା ମୃତ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌। ନେପାଳୀ ଭାଷାରେ ଲେଖାଇ ହୋଇଛି ସୁଇସାଇଟ୍‌ ନୋଟ୍‌ । ଯେଉଁଥିରେ ପୁରୁଷ ବନ୍ଧୁ କେମିତି ନିର୍ଯାତନା ଦେଉଥିଲା , ସେ ସବୁ ଘଟଣା ଉକ୍ତ ସୁଇସାଇଡ୍‌ ନୋଟ୍‌ରେ ଲେଖା ଅଛି । ସୁଇସାଇଡ୍‌ ନୋଟ୍‌କୁ ଜବତ କରି ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ । 

ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ଲାଗି ରହିଛି ଚାପା ଉତ୍ତେଜନା। ନ୍ୟାୟ ଦାବିରେ ଗତରାତିରେ କିଟ୍ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏବେ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ। ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି। ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅଶାନ୍ତ ପରିସ୍ଥତିକୁ ଦୃଷ୍ଟିରେ ରଖି ପୋଲିସ୍ ମୃତୟନ ଅଛନ୍ତି।

ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଗିରଫ ୫ ଜଣଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ବର JMFC - 2 କୋର୍ଟ। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ ବଣ୍ଡରେ ଏମାନଙ୍କୁ ଜାମିନ ମିଳିଛି। ତଦନ୍ତ ରେ ସହଯୋଗ କରିବା ସହ ଛାତ୍ରଛାତ୍ରୀ ଙ୍କୁ ପ୍ରଭାବିତ ନକରିବାକୁ କୋର୍ଟଙ୍କ ନିର୍ଦେଶ ରହିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ । ଜାମିନ ପାଇଛନ୍ତି ତିନି ଡାଇରେକ୍ଟର ଏବଂ ଦୁଇ ସିକ୍ୟୁରିଟି ଗାର୍ଡ ।

କିଟ୍ ଛାତ୍ରୀ ମୃତ୍ୟୁ ଘଟଣା, ପୋଷ୍ଟମର୍ଟମ ପରେ ମୃତଦେହ ନେପାଳ ନେଇଗଲେ ପରିବାର

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.