କାର୍ଯ୍ୟରେ ଯୋଗ ଦେଲେ ଆନ୍ଦୋଳନରତ ନର୍ସିଂ ଅଫିସର

Published By : Prameya-News7 Bureau | September 29, 2024 IST

କଟକ ୨୯।୯: ୧୦ ଦଫା ଦାବି ନେଇ ଦୀର୍ଘ ୪ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ନର୍ସିଂ ଅଫିସର ମାନେ ଗତ ଶନିବାର ରାତିରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ସଂଘର ଦାବିକୁ ପୂରଣ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ମାସେ ସମୟ ନେଇଥିବା ବେଳେ ଶନିବାର ଠାରୁ ସମସ୍ତ ନର୍ସିଂ ଅଫିସର ମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରବିବାର ସକାଳୁ କଟକ ଏସ୍‌ସିବିରେ ମଧ୍ୟ ନର୍ସିଂ ଅଫିସର ମାନେ ନିଜର ସିଫ୍ଟ ଅନୁଯାୟୀ ନିଜ ନିଜ ବିଭାଗକୁ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ନର୍ସିଂ ଅଫିସର ମାନେ ଆନ୍ଦୋଳନରେ ବସିଥିବା ଟେଣ୍ଟ ମଧ୍ୟ ଖୋଲାଯାଇଛି । ଦାବି ପୂରଣ ପାଇଁ ମାସେ ସମୟ ସରକାର ନେଇଥିବା ବେଳେ ଏହା ନିଶ୍ଚୟ ପୂରଣ ହେବ ବୋଲି ନର୍ସିଂ ଅଫିସର ମାନେ ଆଶା ଓ ବିଶ୍ୱାସ ରଖିଛନ୍ତି ।

You Can Read:

ମନ୍ଦିର ନିକଟରେ ନଡ଼ିଆ ବିକାଳୀଙ୍କ ଉପରେ ମାଡ଼ିଗଲା କାର୍, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.