NZ vs BAN: କିଓ୍ଵି ବୋଲରଙ୍କ ଶାଣିତ ବୋଲିଂ, ୨୩୬ ରନରେ ଅଟକିଲା ବାଂଲାଦେଶ

Published By : Prameya-News7 Bureau | February 24, 2025 IST

ରାଓ୍ଵଲପିଣ୍ଡି: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସୋମବାର ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି ଗୁରୁତ୍ଵପୂର୍ଣ୍ଣ ମୁକାବିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି  ୯ ଓ୍ଵିକେଟ୍ ହରାଇ ୨୩୬ ରନ କରିଛି। ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ସର୍ବାଧିକ  ୭୭ ରନର ଇନିଂସ ଖେଳିଥିବା ବେଳେ ଜାକର ଅଲ୍ଲୀ ୪୫ ରନ ଉପଯୋଗୀ ରନ କରିଛନ୍ତି। ଏହି ମ୍ୟାଚ୍ ଜିତି ସେମିକୁ ଯିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୩୭ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ  ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ପିନର ମିଚେଲ୍ ବ୍ରେସଓ୍ଵେଲ ଘାତକ ବୋଲିଂ  କରି ମାତ୍ର ୨୬ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ବାଂଲାଦେଶ ମ୍ୟାଚ୍ ହାରିଲେ ସେମି ଦୌଡ଼ରୁ ବାଦ୍ ପଡ଼ିବ। 

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ଦୁଇ ଓପନର ତଞ୍ଜିଦ ହସନ ଓ ନଜମୁଲ ହୁସେନ ସାଣ୍ଟୋ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୪୫ ରନ ଯୋଡ଼ିଥିଲେ। ତଞ୍ଜିଦ ହସନ ଭଲ ବ୍ୟାଟିଂ କରୁଥିଲେ ହେଁ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବାଂଲାଦେଶ ମଧ୍ୟକ୍ରମରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମେହଦି ହସନ ମିର୍ଜା(୧୩), ତୋହିଦ ହୃଦୟ(୭), ମୁସଫିକର ରହିମ(୨) ଓ ମେହମୁଦଲ୍ଲା(୪) ଦୁଇ ଅଙ୍କ ବି ଛୁଇଁ ପାରି ନ ଥିଲେ। ୧୧୮ ରନରେ ବାଂଲାଦେଶ ୫ ଓ୍ଵିକେଟ୍ ମୁସ୍କିଲ ସ୍ଥିତିରେ ପଡ଼ିଥିଲା। ଅନ୍ୟପଟେ ଅଧିନାୟକ ନମଜୁଲ ହୁସେନ ସାଣ୍ଟୋ କ୍ରିଜରେ ଗୋଟିଏ ପଟୁ ଦଳର ମୋର୍ଚ୍ଚା ସମ୍ଭାଳିଥଲେ। 

୧୬୩ ରନ ସ୍କୋରରେ ଅଧିନାୟକ ସାଣ୍ଟୋ ୭୭ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ଜାକିର ଅଲ୍ଲୀ  ଓ ରିଶାଦ ହୁସେନ ଶେଷ ଆଡ଼କୁ ଭଲ ବ୍ୟାଟିଂ କରିଥିଲେ।ରିଶାଦ ୨୬ ରନର ଉପଯୋଗୀ ବ୍ୟାଟିଂ କରିଥିଲେ। ତେବେ ଜାକିର ଅଲ୍ଲୀ ଠିକଣା ସମୟରେ ରନ ଆଉଟ୍ ହେବା ବାଂଲାଦେଶକୁ ବଡ଼ ଝଟକା ଲାଗିଥିଲା। ଜାକିର ୪୫ ରନର ଗୁରୁତ୍ଵପୂର୍ଣ୍ଣ ରନ କରି ରନ ଆଉଟ୍ ହୋଇଥିଲେ। ଶେଷରେ ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍ ହରାଇ ୨୩୬ ରନ କରି ପାରିଛି। 

ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ବ୍ରେସଓ୍ଵେଲ ୨୬ ରନ ଦେଇ ୪ ସଫଳତା ପାଇଛନ୍ତି। ଓ୍ଵିଲିୟମ ଓରୁରକି ୪୮ ରନ ଦେଇ ୨ଟି ଓ ମାଟ୍ ହେନରୀ ଏବଂ କାଇଲ ଜେମିସନ ପ୍ରତ୍ୟେକଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.