ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ଦିନ ୧୧.୩୦ ଯାଏ ବିଧାନସଭା ମୁଲତବୀ

Published By : Prameya-News7 Bureau | August 27, 2024 IST

ଭୁବନେଶ୍ୱର ୨୭।୦୮ : ଆଜି ବି ଚାରିପାରିଲାନି ଗୃହ। ବିରୋଧୀଙ୍କ ହୋହାଲ୍ଲା ଏବଂ ନାରାବାଜିରେ ଦିନ ୧୧ଟା ୩୦ ଯାଏ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢୀ । 

ଦୁଇ ଦିନର ବିରତି ପରେ ଆଜି ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । ହେଲେ ଗୃହ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗ ନେଇ ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ ସଦସ୍ୟ । ଜାତିଭିତ୍ତିକ ଗଣନା ପ୍ରସଙ୍ଗ ନେଇ ବିଜେଡି ଏବଂ କଂଗ୍ରେସ ସଦସ୍ୟ ମାନେ ବାଚସ୍ପତିଙ୍କ ପୋଡିୟମ୍‌ ନିକଟରୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ଶେଷରେ ବାଚସ୍ପତି ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.