'ଦାନା' ପାଇଁ ପ୍ରଭାବିତ ହେବ ୧୧ ଜିଲ୍ଲା, ୩ ଲକ୍ଷ ୪୦ ହଜାର ଲୋକ ସ୍ଥାନାନ୍ତରିତ

Published By : Prameya-News7 Bureau | October 24, 2024 IST

News7

ଭୁବନେଶ୍ୱର: ବାତ୍ୟା ଦାନା ପାଇଁ ପ୍ରଭାବିତ ହେବ ୧୧ଟି ଜିଲ୍ଲା। ସବୁଠୁ ଅଧିକ ପ୍ରଭାବିତ ହେବ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା। ୩ ଲକ୍ଷ ୪୦ ହଜାର ହେଲେଣି ସ୍ଥାନାନ୍ତରିତ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂ।  ସେ କହିଛନ୍ତି ବାତ୍ୟା ଦାନା ଯୋଗୁଁ ବର୍ଷା ଓ ପବନ ହେବ। ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ପ୍ରଭାବିତ ହେବ। 

ବାତ୍ୟା ମୁକାବିଲାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି- ୩ ଲକ୍ଷ ୭୦ରୁ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ଟାର୍ଗେଟ ରହିଛି। ୩ ଲକ୍ଷ ୪୦ ହଜାର ସ୍ଥାନାନ୍ତରିତ ହୋଇଛନ୍ତି। ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଛି। ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ, ୧୨ଟି ସହରାଞ୍ଚଳ ପ୍ରଭାବିତ ହେବେ। ୪ଲକ୍ଷ ଲୋକ ପ୍ରଭାବିତ ହେବେ। ୮୪୨ ସ୍ଥାୟୀ ୬୪୪୫ ଅସ୍ଥାୟୀ ମୋଟ ୭୩୦୭ ରିଲିଫ ସେଣ୍ଟର ବ୍ୟବସ୍ଥା ହୋଇ ହୋଇଥିବା ସେ କହିଛନ୍ତି। 

୪୭୫୬ ରିଲିଫ ସେଣ୍ଟର ଅପରେସନ ଆରମ୍ଭ ହୋଇଛି। ବିଭିନ ପ୍ରଭାବିତ ଅଂଚଳରେ ସମସ୍ତ ପଶୁ ସମ୍ପଦ ପାଈଁ ବି ବ୍ୟବସ୍ଥା ହୋଇଛି। ପଶୁଙ୍କ ପାଈଁ ୩୬୦ଟି ଆଶ୍ରୟ ସ୍ଥଳୀ ତିଆରି ହୋଇଛି। ୬୪୫୪ ପଶୁ ସ୍ଥାନାନ୍ତରିତ ହୋଇଛନ୍ତି। ଘରେ ରଶିରେ ବାନ୍ଧି କେହି ଗାଈ ଗୋରୁଙ୍କୁ ନ ରଖିବାକୁ ସେ କହିଛନ୍ତି। ସବୁ ରିଲିଫ କେନ୍ଦ୍ରରେ ରୋଷେଇ ଖାଦ୍ୟ ବ୍ୟବସ୍ଥା ହୋଇଛି।

ପିଲା ମାନଙ୍କ ପାଇଁ ଶିଶୁ ଖାଦ୍ୟ ଏବଂ କ୍ଷୀର ବ୍ୟବସ୍ଥା ହୋଇଛି। ୨୧୩ ମେଡିକାଲ ଟିମ ଅଛନ୍ତି। ପଶୁ ସମ୍ପଦ ପାଈଁ ୧୨୦ ଟିମ ରହିଛନ୍ତି। ୩୭୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୨ ଜଣ ସୁରକ୍ଷିତ ପ୍ରସବ କରିଛନ୍ତି। ୩୮୫ ରେସପନ୍ସ ଟିମ ଗ୍ରାଉଣ୍ଡରେ ଅଛନ୍ତି। ୧୯ NDRF, ୫୧ ODRAF, ୯୫ ଓଏଫଡିସି, ୨୨୦ ଅଗ୍ନିଶମ ଟିମ ମୁତୟନ ଅଛନ୍ତି।

ଆଶା ଦିଦି ଓ ଅଙ୍ଗନବାଡି ଦିଦି ମୁତୟନ ଅଛନ୍ତି। ସମସ୍ତ ଜନ ପ୍ରତିନିଧିମାନେ ଗ୍ରାଉଣ୍ଡରେ ଅଛନ୍ତି। ମଧ୍ୟରାତ୍ରିରୁ  ଭୋର ୪ଟା ଭିତରେ ଲ୍ୟାଣ୍ଡଫଲ ହେବ। ଭିତରକନିକା ଧାମରା ଭିତରେ ଲ୍ୟାଣ୍ଡଫଲ ହେବ। ଦିଗ ପରିବର୍ତ୍ତନ କଲେ ବି ସବୁ ଦିଗରୁ ସରକାର ପ୍ରସ୍ତୁତ ଅଛନ୍ତି। ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ ନ ଛାଡିବାକୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ। 


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.