ଭଦ୍ରକ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି, ୩୭ ହଜାରରୁ ଅଧିକ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ବୁଲି ଦେଖିଲେ ଜିଲ୍ଲାପାଳ

Published By : Prameya-News7 Bureau | October 24, 2024 IST

ଭଦ୍ରକ: ମାଡ଼ି ଆସୁଛି ବାତ୍ୟା ‘ଦାନା’। ୧୩ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ବଢ଼ୁଥିବା ଏହି ବାତ୍ୟା ପାରାଦୀପଠାରୁ ୧୩୦ କିଲୋମିଟର ଦୂରରେ ରହିଛି। ଏମିତିରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସରିଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ସବୁ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ, ଓଡ୍ରାଫ୍‌, ଏନଡିଆରଏଫ୍‌ ଟିମ୍‌ ସମସ୍ତଙ୍କୁ ସଜାଗ ରଖାଯାଇଛି। 


ଏମିତିରେ ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରସ୍ତୁତି ସରିଛି। ବାତ୍ୟା ଦାନା ପାଇଁ ଜିଲ୍ଲାରୁ ୩୭ ହଜାର ୭୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାରେ ସମୁଦାୟ ୭୦୩ଟି ଆଶ୍ରୟ ସ୍ଥଳୀ କାର୍ଯ୍ୟକ୍ଷମ ରହିଛି । ୭ଟି ପଶୁ ଚିକିତ୍ସକଙ୍କ ଟିମ୍‌ ମୁତୟନ ହୋଇଛନ୍ତି । ୩୨୦ କୁଇଣ୍ଟାଲ ଚୁଡ଼ା ଓ ୫୭.୦୪ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି । ସେପଟେ ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ଅନ୍ତେବାସୀଙ୍କ ସହ କଥା ହୋଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । 


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.