ଜାଲ୍ ସାର୍ଟିଫିକେଟରେ ଚାକିରି କରିଥିବା ଅଭିଯୋଗ,ହାଇକୋର୍ଟରୁ ଶିକ୍ଷକଙ୍କୁ ମିଳିଲା ନ୍ୟାୟ

Published By : Prameya-News7 Bureau | June 14, 2024 IST

ବାଙ୍କୀ ୧୪/୬: ୧୧ ମାସ ପରେ ହାଇକୋର୍ଟରୁ ଶିକ୍ଷକଙ୍କୁ ମିଳିଲା  ନ୍ୟାୟ । ବାଙ୍କୀ ଶିଶୁଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଳରାମ ପାଇକରାୟ । ସେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ନେଇ ୧୧ ମାସ ପୂର୍ବରୁ କିଛି ଖଳ ପ୍ରକୃତିର ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତୁରନ୍ତ ଆକ୍ସନ ନେଇଥିଲେ ବିଇଓ । ଏପରିକି ତାଙ୍କ ନାଁରେ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସେପଟେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବଳରାମ । ଆଉ ତଦନ୍ତ ପରେ ଶିକ୍ଷକଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରି ନ୍ୟାୟ ଦେଇଛନ୍ତି ହାଇକୋର୍ଟ । କେମିତି ଦୁଷ୍ଟ ଲୋକଙ୍କ ଚକ୍ରାନ୍ତରେ ଫସିଥିଲେ ତାହାକୁ ପ୍ରେସ୍‌ମିଟ୍‌ ଜରିଆରେ ଖୁଲାସା କରିଛନ୍ତି ବଳରାମ । ଖୁବ ଶୀଘ୍ର ବଳରାମଙ୍କ ବିରୋଧରେ ହୋଇଥିବା ଏତଲା ଉଠାଇଦିଆଯିବ ବୋଲି କହିଛନ୍ତି ଡମପଡା ବ୍ଲକ ଶିକ୍ଷା ଅଧିକାରୀ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.