ରୋଡ୍ ଟ୍ରାନ୍ସପୋର୍ଟ ଏବଂ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାର ହେବ ବିକାଶ : ପୃଥ୍ଵୀରାଜ ହରିଚନ୍ଦନ

Published By : Prameya-News7 Bureau | August 14, 2024 IST

ଭୁବନେଶ୍ବର ୧୪ଦିଲ୍ଲୀ ବୈଠକ ସଫଳ ହୋଇଛି । ୨୦୩୬ ମସିହାରେ ଓଡ଼ିଶା ତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ । ଏହାକୁ ରାଜ୍ୟ ସରକାର ଭିଜନ- ୨୦୩୬ କରିଛନ୍ତି । ରୋଡ୍ ଟ୍ରାନ୍ସପୋର୍ଟ ଏବଂ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାର ହେବ ବିକାଶ । ଦିଲ୍ଲୀ ବୈଠକ ସଫଳ ହୋଇଛି । ଓଡିଶା ପ୍ରଦେଶର ବିକାଶକୁ ଆଖି ଆଗରେ ରଖି ବ୍ୟାପକ ଯୋଜନା କରାଯାଇଛି । ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିକଶିତ ଭାରତ ବିକଶିତ ଓଡିଶା ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯାଇଛି । ରୋଡ୍ ଟ୍ରାନ୍ସପୋର୍ଟ ଏବଂ ଶିଳ୍ପାୟନ

ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସୁଦୃଢ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଆଲୋଚନା କରିଥିଲେ । ଓଡ଼ିଶାରେ ବର୍ତ୍ତମାନ ସମୟରେ ଚାଲୁ ରହିଥିବା ୨୦ରୁ ୨୨ ହଜାର କୋଟି ଟଙ୍କାର ବିକାଶ ମୂଳକ କାର୍ଯ୍ୟ ସହ ନୂଆ  ନୂଆ ପ୍ରକଳ୍ପ ନେଇ ଆଲୋଚନା ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ସେହିପରି ଓଡ଼ିଶାରେ ଆଗାମୀ ଦିନରେ ରୋଡ୍ ନେଟୱର୍କ ତଥା ରୋଡ୍ ଟ୍ରାନ୍ସପୋର୍ଟ ଏବଂ ଶିଳ୍ପାୟନ କ୍ଷେତ୍ରରେ ୫୩ ହଜାର କୋଟିର ନିବେଶ ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ରାସ୍ତାଘାଟ, ଶିଳ୍ପାୟନ ବିକାଶ ସହିତ ସାମଗ୍ରୀକ ଅର୍ଥନୀତି ଅଭିବୃଦ୍ଧି ପାଇଁ ଖସଡା ପ୍ରସ୍ତୁତ ହୋଇଛି ବୋଲି ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।

You Can Read:

ନବ ଦାସ ହତ୍ୟାକାଣ୍ଡ ସହ ଅନ୍ୟ ହତ୍ୟା ମାମଲାର ହେବ କି ତଦନ୍ତ ? ଏମିତି କହିଲେ ଆଇନ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.