ଭୁବନେଶ୍ବର ୨୪।୧୨: ରାଜ୍ୟରେ ତେଲ ଟାଙ୍କିରେ ହେଉଛି ଗଫଲତି ଏବଂ ଓଜନରେ ଠକୁଛନ୍ତି ଗ୍ୟାସ ଏଜେନ୍ସୀ । ଜାତୀୟ ଉପଭୋକ୍ତା ଦିବସରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୩୭୧ ଟାଙ୍କିରେ କମ୍ ତେଲ ଆସୁଛି । ୫ ଲିଟର ତେଲ ନେଲେ ୩୦ରୁ ୪୦ ଗ୍ରାମ କମ୍ ଆସୁଛି ।
ସେହିଭଳି ଗ୍ୟାସ୍ରେ ବି ଠକେଇ ହେଉଛି । ୧୪ କେଜି ୧୯ କେଜି ଗ୍ୟାସରେ ଓଜନରେ ଠକେଇ ହେଉଛି । ସେଥିପାଇଁ ଜିଲ୍ଲାସ୍ତର ଏବଂ ରାଜ୍ୟସ୍ତରରେ କଞ୍ଜୁମର କୋର୍ଟକୁ ସଶକ୍ତ କରାଯିବ । ଅତୀତରେ ବ୍ୟବସ୍ଥା ଖରାପ ହୋଇଯାଇଛି । ଯୋଗାଣ ଅଫିସରେ ଷ୍ଟାଫ୍ ନାହାନ୍ତି । କେଉଁ କେଉଁଠି ଜଣେ ଲେଖାଇଁ କର୍ମଚାରୀ ଅଛନ୍ତି । ୨୪ ବର୍ଷରେ ବ୍ୟବସ୍ଥା ଖରାପ ହୋଇଯାଇଛି । ଆମକୁ ସଜାଡି଼ବାକୁ ପଡିବ । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇଛନ୍ତି । ତେଲ ଟାଙ୍କି ମାନଙ୍କରେ ଗ୍ୟାସ୍ ଏଜେନ୍ସୀ ଗୁଡିକରେ ଚେକ୍ କରିବାକୁ ପଡିବ ।
You Can Read: