ଭିଡ଼ ଦୃଷ୍ଟିରୁ କେବଳ ସିଂହଦ୍ଵାର ଦେଇ ପ୍ରବେଶ ନିଷ୍ପତ୍ତି, ସେପଟେ ଜିରୋ ନାଇଟ୍ ସେଲିବ୍ରେସନ୍‌ ପାଇଁ ହୋଟେଲ ଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | December 24, 2024 IST

ପୁରୀ ୨୪।୧୨: ନବବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେବ । ତେବେ ଭକ୍ତମାନେ ଯେଭଳି ମହାପ୍ରଭୁଙ୍କୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯାଉଛି । ତେବେ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ଏହିଦିନ କେବଳ ସିଂହଦ୍ଵାର ପଟେ ଭକ୍ତଙ୍କ ପ୍ରବେଶ ଅନୁମତି ରହିବ । ଭକ୍ତମାନେ ସିଂହଦ୍ବାର ବାଟେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ । ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ମାର୍କେଟ୍ ଛକ ଠାରୁ ବ୍ୟାରିକେଡ଼ ନିର୍ମାଣ କରାଯାଉଛି । ସେହିପରି ବୁଧବାର ବଡଦିନ ଥିବାରୁ ପରିସ୍ଥିତି ଦେଖି ସିଂହଦ୍ଵାର ପଟେ କେବଳ ପ୍ରବେଶ ନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । 

ସେପଟେ ପୁରୀରେ ଜିରୋ ନାଇଟ୍‌ ସେଲିବ୍ରେସନକୁ ଧୁମଧାମରେ ପାଳନ କରିବା ପାଇଁ ପୁରୀର ନାମିଦାମୀ ହୋଟେଲ ଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପର୍ଯ୍ୟଟକମାନଙ୍କୁ ଅଧିକ ଆମୋଦପ୍ରମୋଦ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ହୋଟେଲ ଗୁଡ଼ିକରେ ମ୍ୟୁଜିକାଲ୍ ନାଇଟ୍ ଆୟୋଜନ କରାଯାଉଥିବା ବେଳେ ବହୁ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କୁ ସଂଗୀତ ପରିବେଷଣ ପାଇଁ ଆମନ୍ତ୍ରିତ କରାଯାଇଥିବା ହୋଟେଲ ଆସୋସିଏସନ୍ ପକ୍ଷରୁ କୁହାଯାଇଛି । ସେହିପରି ପର୍ଯ୍ୟଟକଙ୍କୁ ବିଭିନ୍ନ ରକମର ଖାଦ୍ୟର ମଜା ଦେବା ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଇଣ୍ଡିଆନ୍, ଚାଇନିଜ୍ ଏବଂ ବିଭିନ୍ନ କଣ୍ଟିନେଣ୍ଟାଲ୍ ଫୁଡ୍‌ର ବ୍ୟବସ୍ଥା କରାଯିବ ।‌ ପୁରୀ ଆସୁଥିବା ପର୍ଯ୍ୟଟକ ମାନେ ନୂଆବର୍ଷରେ ଯେଭଳି ଏକ ନୂଆ ଅନୁଭୂତି ନେଇ ଫେରିବେ ସେଥିପାଇଁ ବିଭିନ୍ନ ନାମିଦାମୀ ହୋଟେଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ପୁରୀ ହୋଟେଲ ଆସୋସିଏସନ୍ ଉପସଭାପତି ସୂଚନା ଦେଇଛନ୍ତି ।

You Can Read:

ଚିଟ୍‌ଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ, ‘ପଇସା ଯୋଗାଡ଼ କରି ଦେଲି, ପରେ ଦେଖିଲା ବେଳକୁ ସଂସ୍ଥା ନାହିଁ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.