ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

Published By : Prameya-News7 Bureau | April 10, 2024 IST

ଆନନ୍ଦପୁର ୧୦।୪: ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ଯୁ ଘଟିଛି । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶଙ୍ଖଣା ଗାଁରେ ଏଭଳି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ନାରାୟଣ ପହି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶଙ୍ଖଣା ଗାଁର ମୃତକ ନାରାୟଣ ପହିଙ୍କ ସ୍ତ୍ରୀ ଆଜି ନିଜ ବାଡିରେ ଥିବା ପୋଖରୀରେ ଗାଧୋଇବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ଜାଣିବା ପରେ ମୃତଦେହ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ସାବିତ୍ରୀଙ୍କର ସାମାନ୍ଯ ମାନସିକ ରୋଗ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।

You Can Read :

ବୃଦ୍ଧା ମା’ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ : ଠେଙ୍ଗାରେ ନିସ୍ତୁକ ପିଟିଲେ ଯୁବକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.