ଚକଧର ଜଳ ପ୍ରକଳ୍ପକୁ ବିରୋଧ ଜାରି, ସୋମବାର ପୁଣି ତେଲକୋଇ ବନ୍ଦ ଡାକରା

Published By : Prameya-News7 Bureau | October 07, 2024 IST

ତେଲକୋଇ ୦୭।୧୦ : ଚକଧର ଜଳପ୍ରକଳ୍ପ ପାଇଁ ତେଲକୋଇ ଅଞ୍ଚଳରେ ବିରୋଧ ଜାରି । ପୁଣି ଥରେ ତେଲକୋଇ ବନ୍ଦ ଡାକରା ଦିଆଯାଇଛି । ଏହାସହିତ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯିବ  ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । 

ଖବର ଅନୁଯାୟୀ, ଅଗଷ୍ଟ ୨୭ ତାରିଖରେ ତେଲକୋଇ ବିଶାଳ ରାଲି ସହିତ ଦୋକାନ ବଜାର ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଏହାପରେ ସେପ୍ଟେମ୍ବର ୧୨ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥରେ ୧୨ ଘଣ୍ଟିଆ ବନ୍ଦ ଅବରୋଧ ହୋଇଥିଲା ।  ଆଉ ଏବେ ପୁଣି ଥରେ ତେଲକୋଇ ବଜାର ସହିତ ଜଗମୋହନପୁର ବଜାର ବନ୍ଦ ଡାକରା ଦିଆଯାଇଛି । ଦୋକାନ ବଜାର ସହ ସ୍କୁଲ କଲେଜ ସରକାରୀ-ବେସରକାରୀ ଅଫିସ ବନ୍ଦ ରହିଛି । ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଚକଧର ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କାରେ ଲୋକେ ବିରୋଧ ପ୍ରଦର୍ଶନ କରୁଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.