ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡି ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | June 16, 2024 IST

Breaking_1

ଝାରସୁଗୁଡା ୧୬।୬: ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ କୋଇଲିଘୁଘର ଜଳପ୍ରପାତରେ ଗାଧୋଇବା ବେଳେ ବୁଡିଯାଇ ପ୍ରାଣ ହରାଇଲେ ଜଣେ ଯୁବକ l ଯୁବକ ଜଣକ ଭୁବନେଶ୍ୱରର ବ୍ରଜେଶ୍ୱର ବେହେରା ବୋଲି ଜଣାପଡିଛି l ତାଙ୍କ ବୟସ ୨୮ ବର୍ଷ । 

ବ୍ରଜେଶ୍ଵର ସମ୍ବଲପୁରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ରବିବାର ନିଜ ୪ ଜଣ ସାଙ୍ଗଙ୍କ ସହ ମିଶି କୋଇଲିଘୁଘରକୁ ବୁଲିବାକୁ ଆସିଥିଲେ l କୋଇଲିଘୁଘର ଜଳପ୍ରପାତରେ ଗାଧୋଇବା ବେଳେ ଭାସିଯାଇଥିଲେ ବ୍ରଜେଶ୍ୱର l ରେଙ୍ଗଲୀ ପୋଲିସ ଏବଂ ଲଖନପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ତାଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ସେଠାରେ ବ୍ରଜେଶ୍ଵରଙ୍କୁ ମୃତ ଘୋଷଣା କରିଛନ୍ତି l

You Can Read :

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ନେଇ ଗୁରୁତ୍ବ, ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.