ବାଇକ୍‌କୁ ଧକ୍କା ଦେଲା ବାଇକ୍ : ଆରୋହୀ ମୃତ, ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | August 30, 2024 IST

ଚଣ୍ଡିଖୋଲ ୩୦।୮: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଜାତୀୟ ରାଜପଥ ୫୩ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ନାନପୁର ଓଭରବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା । ବାଇକ୍ ସହ ବାଇକ୍‌ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଚଣ୍ଡିଖୋଲ ପଟୁ ବାଇକ ଆରୋହୀ ଜଣକ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ନାନପୁର ଓଭରବ୍ରିଜ ନିକଟରେ ବିପରୀତ ପଟୁ ଆସୁଥିବା ଏକ ବାଇକ୍ ବାଇକ୍‌କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାଇକ୍ ଚାଳକକୁ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ରାଜକିଶୋର ନାୟକ ସେ ଚଣ୍ଡିଖୋଲ ଅଞ୍ଚଳରେ ରହି ଆସୁଥିଲେ । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।

You Can Read:

ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ରହିବ ସ୍ତନ୍ୟପାନ କକ୍ଷ, ଜିଲ୍ଲାପାଳ ମାନଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ଚିଠି

 

 

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.