ପିକଅପ୍‌-ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | July 20, 2024 IST

ପାଟଣାଗଡ଼ ୨୦: ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅଞ୍ଚଳରେ ଦୁର୍ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ପିକଅପ୍‌ ଭ୍ୟାନ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ବେଲପଡା ବ୍ଲକ ଗମ୍ଭାରୀ ରାସ୍ତା ବେହେରାମୁଣ୍ଡା ଛକ ନିକଟରେ ପିକଅପ୍‌ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ହୋଇଛନ୍ତି । କିଛି ଲୋକ ଉଦ୍ଧାର କରି ବେଲପଡା ଡାକ୍ତରଖାନାକୁ ଆଣିଥିଲେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୃତକ ଜଣକ ହେଲେ ବାଗଦୋର ପଞ୍ଚାୟତର ରୋହିତ ତାଣ୍ଡି ବୋଲି ଜଣାପଡିଛି । ପିକଅପ୍କୁ ବେଲପଡା ପୋଲିସ ରଖି ଅଧିକ ତଦନ୍ତ କରୁଛି ।

You Can Read:

ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ମାର୍କ, କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.