ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ମାର୍କ : କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ

Published By : Prameya-News7 Bureau | July 20, 2024 IST

ଭୁବନେଶ୍ବର ୨୦: ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଶନିବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଶୀର୍ଷରେ ରହିଛି । କଳାରେ ୭୫.୧୭%, ବିଜ୍ଞାନରେ ୯୧.୫୦%, ବାଣିଜ୍ୟରେ ୭୭% କଟ୍‌ ଅଫ୍‌ ମାର୍କ ରହିଛି ।

ମୋଟ୍ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ । ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ ମେଧା ତାଲିକାରେ ଆସିଛି । ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ । କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀରେ ୮ ହଜାର ୩୭୫ ଜଣ, ଧନ୍ଦାମୂଳକରେ ୪ ହଜାର ୯୭୮ ଜଣ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ଅଗଷ୍ଟ ୧ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା । ଏ ନେଇ DHSE ନିର୍ଦ୍ଦେଶକ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି ।

You Can Read:

ଲଗାଣ ବର୍ଷା ବୁଡ଼ିଲା ଜାମୁଘାଟ ପୋଲ, ଉଦଳା-ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.