ଲଗାଣ ବର୍ଷା ବୁଡ଼ିଲା ଜାମୁଘାଟ ପୋଲ, ଉଦଳା-ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ

Published By : Prameya-News7 Bureau | July 20, 2024 IST

ଉଦଳା ୨୦: ଲଗାଣ ବର୍ଷା ଫଳରେ ବଢୁଛି ନଦୀର ଜଳସ୍ତର । ଯାହା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ କଇଁସାରି ଠାରେ ଥିବା ଜାମୁଘାଟ ପୋଲ ଉପରେ ଚାଲିଛି ପାଣି । ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିବା ଫଳରେ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହାର ପ୍ରଭାବରେ ଜାମୁଘାଟ ଠାରେ ଥିବା ଅସ୍ଥାୟୀ ପୋଲ ଉପରେ ନଦୀର ପାଣି ପ୍ରବାହିତ ହେଉଛି । ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେବା ଫଳରେ ଉଦଳା ଓ ବାଲେଶ୍ୱର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ପୋଲର ଦୁଇ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିବା ବେଳେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

You Can Read:

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ହେଲେ ପ୍ରଚୁର ବର୍ଷା ହୋଇଛି : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.