ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ହେଲେ ପ୍ରଚୁର ବର୍ଷା ହୋଇଛି : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

Published By : Prameya-News7 Bureau | July 20, 2024 IST

ଭୁବନେଶ୍ବର ୨୦: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ହେଲେ ପ୍ରଚୁର ବର୍ଷା ହୋଇଛି ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ । ଏହା ଖୁସିର କଥା ଯେ ଜଳଭଣ୍ଡାର ସ୍ଥିତି ବଢିଛି । ଶୁକ୍ରବାର ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ୍ ନଥିଲା । ଏହି ବର୍ଷା ଭଲ ପାହାଡିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ୍ ହୋଇଛି । କାରଣ ମାଲକାନଗିରିର ବହୁତ ସ୍ଥାନରେ ୨୦୦ରୁ ୨୨୧ ମିମି ବର୍ଷା ହୋଇଛି । ତେଣୁ ସେଠି ରାସ୍ତା ବୁଡିଛି । ଗତବର୍ଷ ବାଲିମେଳା ଜଳଭଣ୍ଡାରରେ ଯାହା ସ୍ଥିତି ଥିଲା, ତାହା ବର୍ଷା ଯୋଗୁଁ ତିନି ଫୁଟ ବଢିଛି । ଇନ୍ଦ୍ରାବତୀରେ ଏବେ ୧୪% ପାଣି ଅଛି । ଗତବର୍ଷ ଏହି ସମୟରେ ୨୧% ଥିଲା । ହୀରାକୁଦ ଜଳଭଣ୍ଡାର ସ୍ଥିତି ଭଲ ନାହିଁ । ଏବେବି ୧୧ ଫୁଟ ତଳେ ଅଛି । ରେଙ୍ଗାଲି ବ୍ରାହ୍ମଣୀ ଜଳଭଣ୍ଡାର ଏବେ ୨ ମିଟର କମ ଅଛି । ଆଗାମୀ ଦୁଇ ଦିନରେ ଯେଉଁ ବର୍ଷା ହେବ, ଜଳଭଣ୍ଡାର ସ୍ଥିତି ଭଲ ହେବ । ବୈତରଣୀ, ବ୍ରାହ୍ମଣୀ ବେସିନରେ ବର୍ଷା ଅଛି । ଜଳଭଣ୍ଡାର ସ୍ଥିତି ସୁଧୁରିବାର ଗୋଟେ ହିଁ ଉପାୟ ବର୍ଷା । ଜୁନ୍ ୧ରୁ ସବୁଠାରେ ଫ୍ଲଡ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ।

You Can Read:

କମଳା ପୂଜାରୀଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ, କହିଲେ ସମାଜ ପାଇଁ ବଡ କ୍ଷତି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.