ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ରୋଗୀ ମୃତ

Published By : Prameya-News7 Bureau | April 24, 2025 IST

ଭଦ୍ରକ ୨୪।୦୪ : ଭଦ୍ରକ ମେଡିକାଲରେ ଅଘଟଣ । ଲିଫ୍ଟରେ ଫସି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତ ରୋଗୀଙ୍କ ନାମ ମୀନତି ପରିଡ଼ା ବୋଲି ଜଣାପଡିଛି । ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । 

ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ନରସିଂହପୁର ମୀନତି ପରିଡ଼ା ହଠାତ୍‌ ଅଣନିଶ୍ୱାସୀ ଅନୁଭବ କରିଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ମେଡିସିନ ଓ୍ୱାର୍ଡକୁ ନିଆଯାଉଥିଲା । ଲିଫ୍ଟ ନିକଟରେ କୌଣସି ଷ୍ଟାନ୍‌ନଥିଲେ । ଯାହାଫଳରେ ଲିଫ୍ଟଟି ହଠାତ୍‌ ଉପରକୁ ଉଠିଯାଇଥିଲା । ଶେଷରେ ମୀନତିଙ୍କର ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହୋଇଛି । ଯାହାପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ୟାହା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.