ବଏଲ୍ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ରେ ଜଣେ ଗୁରୁତର

Published By : Prameya-News7 Bureau | October 16, 2024 IST

ସମ୍ବଲପୁର ୧୬।୧୦: ସମ୍ବଲପୁର ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷ ବେଳେ ଛୁରା ମାଡ଼ ହୋଇଛି । ଛୁରାମାଡ଼ରେ ତାଲବ ଗାଁର ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ତାବଲ ଗାଁରେ ବଏଲ ଯାତ୍ରା ଚାଲିଥିଲା । ସେହି ସମୟରେ ରେଙ୍ଗାଲି ଅଞ୍ଚଳର କିଛି ଯୁବକଙ୍କ ସହିତ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କର ଝଗଡ଼ା ହୋଇଥିଲା । ଏହି ଝଗଡ଼ା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଏଥିରେ ରେଙ୍ଗାଲି ଅଞ୍ଚଳର ଯୁବକ ମାନେ ଅପର ଗୋଷ୍ଠୀକୁ ଛୁରାମାଡ଼ କରିଥିଲେ । ଫଳରେ ଜଣେ ଗୁରୁତର ହୋଇ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ଜଣକୁ ଗିରଫ କରିଛି ।

You Can Read:

ଦୁର୍ବୃତ୍ତ ଚିରିଦେଲେ କନ୍ଧମାଳ ସାଂସଦଙ୍କ ପୋଷ୍ଟର, ସିସିଟିଭି ଆଧାରରେ ତଦନ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.