ବଣାଇ ୦୯।୦୩ : ମହିଳାଙ୍କୁ କଚାଡି ମାରିଲା ଦନ୍ତାହାତୀ । ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ଆଖି ସାମ୍ନାରେ ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ଦନ୍ତା ହାତୀ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜ କୁସୁମୁଣ୍ଡି ଗାଁ ପୁଣ୍ଡୁପୋଖରୀ ସାହିରେ ଘଟିଛି ଏହି ଘଟଣା । ମୃତକ ହେଲେ ପୁଣ୍ଡୁପୋଖରୀ ସାହିର ଇତଓ୍ୱାରୀ ବଦ୍ରା ବୋଲି ଜଣାପଡିଛି ।
ଖବର ଅନୁଯାୟୀ ରାତି ପ୍ରାୟ ତିନିଟା ସମୟରେ ଖାଦ୍ୟ ଅନ୍ୱେଷଣରେ ସାହି ମଧ୍ୟକୁ ପଶି ଆସିଥିଲା ଦନ୍ତାହାତୀ । ଗ୍ରାମବାସୀ ହାତୀକୁ ଘଉଡାଇବାକୁ ବେଳେ ଜୀବନ ବଞ୍ଚାଇ ଇତ୍ଓ୍ୱାରୀ ଘର ଭିତରକୁ ଦୌଡି ଆସିଥିଲେ । ହେଲେ ଦନ୍ତା ହାତୀ ନିଜ ଶୁଣ୍ଢରେ ମହିଳାଙ୍କୁ ଟାଣି ନେଇଥିଲା । ଏପିରିକି ତାଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ଇତ୍ଓ୍ୱାରୀଙ୍କ ଜୀବନ । ସେପଟେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋଇଡ଼ା ମେଡିକାଲକୁ ପଠାଇଛି ।