କାହିଁକି ଜୀବନ ହାରିଲେ ପ୍ରେମୀ ଯୁଗଳ? ପୋଲିସର ଛାନ୍‌ଭିନ୍

Published By : Prameya-News7 Bureau | August 06, 2024 IST

breaking_4

ବ୍ରହ୍ମପୁର ୬/୮ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବ୍ରହ୍ମପୁର ନିମଖଣ୍ଡି ଥାନା ପୁରୁଣା ଯୋଗିଆପାଲି ଗାଁରେ ଅଭାବନୀୟ । ଆମ୍ବ ଗଛରେ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ।  ମୃତ ଯୁବକ ପୁରୁଣା ଯୋଗିଆପଲିର ୨୩ ବର୍ଷୀୟ ବିକି ଗୌଡା । ସେ ଜଣେ ଟାଇଲ ମିସ୍ତ୍ରୀ ।

ସୋମବାର ରାତିରେ ଘରୁ ବାହାରକୁ ଯାଇ ଫେରିନଥିଲେ ବିକି । ଆଜି ଜଣେ ଯୁବତୀଙ୍କ ସହ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ପରେ ଭାଙ୍ଗିପଡିଛନ୍ତି ପରିବାର ଲୋକ । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ଛାନଭିନ ଚଳାଇଛି ।   

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.