ଆୟକର ବିଭାଗ ଜାରି କଲା ନୂଆ ଡାଟା, ୫.୮୩ କୋଟି ଟିକସଦାତା ଦାଖଲ କରିଛନ୍ତି ITR

Published By : Prameya-News7 Bureau | July 30, 2023 IST

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ପାଇଁ କେବଳ ଆଉ ଗୋଟିଏ ଦିନ ରହିଛି । ୨୦୨୩ ଜୁଲାଇ ୩୧ ପରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ଉପରେ ଟିକସଦାତାଙ୍କୁ ଜରିମାନା ଲାଗିପାରେ । ତେବେ ଡାଟା ଅନୁସାରେ ଏଥର ଟ୍ୟାକ୍ସ ସିଷ୍ଟମ ଉପରେ ଲୋକଙ୍କ ବିଶ୍ୱାସ ବଢିଛି । ଏବଂ ଲୋକମାନେ ବେଶ ଉତ୍ସାହର ସହ ଟ୍ୟାସ ଭରୁଛନ୍ତି । ଆୟକର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫.୮୩ କୋଟି ଲୋକେ ନିଜର ଆଇଟିଆର ଦାଖଲ କରିଛନ୍ତି ।

ପଢନ୍ତୁ: ଆୟକର ବିଭାଗ ଜାରି କଲା ନୂଆ ଡାଟା, ୫.୮୩ କୋଟି ଟିକସଦାତା ଦାଖଲ କରିଛନ୍ତି ITR

ଚଳିତଥର ଆୟକର ଦାଖଲରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଯାହାର ପ୍ରଭାବ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଇ-ଫାଇଲିଂ ପୋର୍ଟାଲରେ ଦେଖିବାକୁ ମିଳୁଛି । ଇନକମ ଟ୍ୟାକ୍ସ ପୋର୍ଟାଲର ଡାସବୋର୍ଡରେ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଚଳିତ ଆସେସମେଣ୍ଟ ବର୍ଷ ୨୦୨୩-୨୪ ଅର୍ଥାତ୍ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରେଜିଷ୍ଟର ଇଣ୍ଡିଭିଜୁଅଲ ୟୁଜର୍ସଙ୍କ ସଂଖ୍ୟା ୧୧.୫୦ କୋଟି ନିକଟରେ ପହଞ୍ଚିଛି । ଏଥିରୁ ୫ କୋଟି ୩୬ ଲକ୍ଷ ଟ୍ୟାକ୍ସପେୟର୍ସ ଏବେ ସୁଦ୍ଧା ନିଜର ଆୟକର ଦାଖଲ କରିସାରିଛନ୍ତି । ସେହିପରି ରିଟର୍ଣ୍ଣ ଫାଇଲ କରିନଥିବା ଟ୍ୟାକ୍ସପେୟାର୍ସଙ୍କ ସଂଖ୍ୟା ଆହୁରି ଅଧିକ ରହିଛି ।

wp:html /wp:html

ଏହାରି ଭିତରେ ଏକ ସର୍ଭେରୁ ଜଣାପଡ଼ିଛି ଯେ ୧୪ ପ୍ରତିଶତ ଟ୍ୟାକ୍ସପେୟର୍ସ ବନ୍ୟା ଏବଂ ବର୍ଷା ଯୋଗୁଁ ଶେଷ ତାରିଖ ସୁଦ୍ଧା ନିଜର ରିଟର୍ଣ୍ଣ ଫାଇଲ୍ କରିପାରିବେ ନାହିଁ ।

Also Read: ଭାରତରେ ୪୦୦ ମିଲିୟନ ଡଲାର ନିବେଶ AMD, ଏହି ସହରରେ ହେବ କମ୍ପାନିର ସବୁ ବଡ଼ ଡିଜାଇନ ସେଣ୍ଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.