ଧାନ କିଣା ନେଇ ଜିଲ୍ଲା ବୈଠକରେ ତାରିଖ ଧାର୍ଯ୍ୟ ହେବ, ଚାଷୀଙ୍କ ଆକାଉଣ୍ଟକୁ ୪୮ଘଣ୍ଟାରେ ଟଙ୍କା ଯିବ

Published By : Prameya-News7 Bureau | November 06, 2024 IST

ଭୁବନେଶ୍ବର ୬।୧୧: ଧାନ କିଣା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ସମସ୍ତ ଜିଲ୍ଲାରେ ଧାନ କିଣା ବ୍ୟବସ୍ଥା ନେଇ ଜିଲ୍ଲାରେ ବୈଠକ ହେବ । ବୈଠକରେ ତାରିଖ ଧର୍ଯ୍ୟ ହେବ । ଯେଉଁଠି ଧାନ ପାଚି ଗଲାଣି । ଜିଲ୍ଲା କମିଟି ଚାହିଁଲେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବେ । ଧାନକିଣା ପଇସା ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ଭିତରେ ଯିବ ଏହାର ୫ ମିନିଟ୍ ପରେ ୮୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ । ୩୧୦୦ ଟଙ୍କା କ୍ବିଣ୍ଟାଲ ପିଛା ପାଇବେ ଚାଷୀ । ସୋହେଲା ଠାରେ ହେବ ବଡ଼ ଚାଷୀ ସମାବେଶ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ତୃତୀୟ ସପ୍ତାହରେ ହେବ ସମାବେଶ । ବିଭିନ୍ନ ଜିଲ୍ଲାରେ ମଧ୍ୟ ଚାଷୀ ସମାବେଶ ହେବ । ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲାକୁ ଯାଇ ସମାବେଶରେ ଯୋଗଦେବେ । ଅଗାଡି ଅଲଗା ପାଇଁ ଅତ୍ୟାଧୁନିକ ମେସିନ ପ୍ରଦାନ କରାଯାଇଛି । ମଣ୍ଡିର ଆଧୁନିକକରଣ ପାଇଁ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା : ସୁରେଶ ପୂଜାରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.