ଓ୍ବାର୍ଲ୍ଡକପ୍‌ରୁ ପାକିସ୍ତାନ ବାହାର, କ’ଣ ହେବ ବାବରଙ୍କ ଭବିଷ୍ୟତ ?

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ ୧୬।୦୬: ଟି-୨୦ ବିଶ୍ବକପ୍‌ । ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା । ଟିମ୍‌ ଇଣ୍ଡିଆ ସୁପର-୮ରେ ପହଞ୍ଚିଥିବା ବେଳେ ପାକିସ୍ତାନ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଅତ୍ୟନ୍ତ ଖରାପ ଯାଇଛି । ପ୍ରଥମେ ଅନଭିଜ୍ଞ ଆମେରିକା ଠାରୁ ହାରିଥିଲା, ଏହାପରେ ଟିମ୍ ଇଣ୍ଡିଆ ବିପକ୍ଷ ମ୍ୟାଚ୍‌ରେ ଜିତିଥିବା ମ୍ୟାଚ୍ ମଧ୍ୟ ହାରିଗଲା । ହଁ କାନାଡା ବିପକ୍ଷରେ ବିଜୟ ହାସଲ କରିଛି ପାକିସ୍ତାନ, କିନ୍ତୁ ଟି-୨୦ ବିଶ୍ୱକପର ସୁପର-୮ରୁ ହୋଇଛି ବାହାର । 

ଏହାପରେ ଓ୍ବାର୍ଲ୍ଡକପ୍‌ରେ ଟିମ୍‌ର ଖରାପ ପ୍ରଦର୍ଶନ ଯୋଗୁଁ ଅନେକ ପ୍ଲେୟର ଟିମ୍‌ରୁ ବିଦା କରିପାରେ ପିସିବି । ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛନ୍ତି ବାବର ଆଜାମ । ତାଙ୍କ ସହିତ ପିସିବି କ’ଣ କରିବ ? ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିସିବି ବାବରଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେଇ ସାରିଛି।

ରିପୋର୍ଟ ଅନୁଯାୟୀ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ମଧ୍ୟ ବାବର ଆଜମଙ୍କୁ କ୍ୟାପଟେନସିପ୍‌ରୁ ହଟାଯିବ ନାହିଁ । ପିସିବି ବାବର ଆଜମଙ୍କ କ୍ୟାପଟେନ୍‌ସିପ୍‌ ବଜାୟ ରଖିବାକୁ ନେଇଛି ନିଷ୍ପତ୍ତି । ବାସ୍ତବରେ ବାବର ଆଜମଙ୍କୁ ଚାମ୍ପିୟନ୍‌ ଟ୍ରଫି ୨୦୨୫ ଯାଏଁ ଟିମ୍‌ର କମାଣ ସମ୍ଭାଳିବାକୁ ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫଳାଫଳ ପରେ ହିଁ ପ୍ଲେୟରଙ୍କ କ୍ୟାପଟେନଙ୍କୁ ନେଇ ନିଷ୍ପତ୍ତି ନିଆଯିବ । 

ନିକଟରେ ପିସିବି ମୁଖ୍ୟ ମୋହସିନ୍ ନାକଭି ପାକିସ୍ତାନୀ ଟିମ୍‌ର ଅସ୍ତ୍ରୋପଚାର ବିଷୟରେ କହିଥିଲେ, ଯାହା ପରେ ଟିମ୍‌ ମ୍ୟାନେଜମେଣ୍ଟରେ ହଲ୍‌ଚଲ୍‌ ହୋଇଯାଇଥିଲା । ନକବି ବର୍ତ୍ତମାନ ଏହି କଡା ବୟାନକୁ ୟୁଟର୍ଣ୍ଣ ନେଇଛନ୍ତି । ନକବି କହିଛନ୍ତି ଯେ ସେ ଦଳ ସହ ଛିଡା ହୋଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.