ସତ ହେଲା ବ୍ରାଏନ୍ ଲାରାଙ୍କ ଭବିଷ୍ୟବାଣୀ, ପ୍ରଥର ପାଇଁ ସେମିଫାଇନାଲ ଖେଳିବ ଆଫଗାନିସ୍ତାନ ଟିମ୍

Published By : Prameya-News7 Bureau | June 25, 2024 IST

ମୁମ୍ବାଇ ୨୫।୦୬ : ସତ ହେଲା ବ୍ରାଏନ୍‌ ଲାରାଙ୍କ ଭବିଷ୍ୟବାଣୀ । ୨୦୨୪ ଟି-୨୦ ବିଶ୍ୱକପ୍‌ରେ ଏଣ୍ଟ୍ରି ମାରିଲା ଆଫଗାନିସ୍ତାନ ଟିମ୍‌ । ୨୬ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଖେଳିବ ସେମି ମୁକାବିଲା ରାସିଦ ଖାନ୍‌ଙ୍କ ଏହି ଧୁରନ୍ଧର ଟିମ୍‌।

ଟି-୨୦ ବିଶ୍ୱକପ୍‌ ୨୦୨୪ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ବିଭିନ୍ନ ଟିମ୍‌କୁ ନେଇ ଭିନ୍ନ ଭିନ୍ନ ମତ ଦେଇଥିଲେ କ୍ରିକେଟ୍ ଏକ୍ସପର୍ଟ । ସମସ୍ତେ ନିଜ ନିଜର ଟପ୍‌୪ ଟିମ୍‌ଙ୍କ ନାଁ ଘୋଷଣା କରୁଥିଲେ । ହେଲେ କୌଣସି ବି କ୍ରିକେଟର ଆଫଗାନିସ୍ତାନ ଟିମ୍‌କୁ ଫେବରିଟ୍‌ ବୋଲି ମାନୁନଥିଲେ । ସମସ୍ତେ କହୁଥିଲେ ଟିମ୍‌ ଭଲ ହେଲେ ସେମି ଏଣ୍ଟ୍ରି କରିପାରିବନି। ହେଲେ ଓ୍ୱେଷ୍ଟଇଣ୍ଡିଜର ମହାନ ବ୍ୟାଟର ବ୍ରାଏନ୍‌ ଲାରା ଆଫଗାନିସ୍ତାନ କ୍ରିକେଟ୍‌କୁ ନେଇ କହିଥିଲେ ବଡ଼ କଥା । ବିଶ୍ୱକପ୍‌ ପୂର୍ବରୁ ଟପ୍‌ ୪ ଫେବରିଟ୍‌ ଟିମ୍ ମଧ୍ୟରେ ଲାରା ଆଫଗାନିସ୍ତାନକୁ ବାଛିଥିଲେ । ଏବଂ କହିଥିଲେ କି ତାଙ୍କ ମତରେ ଏହି ଟିମ୍‌କୁ ନିଶ୍ଚିତ ଭାବେ କ୍ୱାଲିଫାଏ କରିବ । ସେତେବେଳେ ଲାରାଙ୍କ ଏହି ବୟାନକୁ ନେଇ ଅନେକ ସମାଲୋଚନା କରିଥିଲେ । ହେଲେ ଏବେ ତାହା ସହ ହୋଇଛି । ସମସ୍ତ ଚକିତ କରି ବଡ଼ ବଡ଼ ଟିମ୍‌କୁ ପରାସ୍ତ କରି ସେମିରେ ଏଣ୍ଟ୍ରି କରିଛି ରାସିଦ ଖାନ୍‌ଙ୍କ ଆଫଗାନୀ ଟିମ୍‌ । 

ସୁପର -୮ରେ କର ବା ମର ମୁକାବିଲାରେ ବାଂଲାଦେଶକୁ ୮ରନ୍‌ରେ ହରାଇ ସେମିରେ ପ୍ରବେଶ କରିଛି ଆଫଗାନିସ୍ତାନ ଟିମ୍‌ । ଏହି ବିଜୟ ପରେ ଅଧିନାୟକ ରାସିଦ ଖାନ୍‌ କହିଛନ୍ତି ଯେ, ଲାରା ଜଣେ ମହାନ କ୍ରିକେଟର । ବିଶ୍ୱକପ୍‌ ପୂର୍ବରୁ  ସେ କରିଥିବା ଭବିଷ୍ୟବାଣୀ ଏବେ ସତ ହୋଇଛି । ଆଉ ଆମ ଟିମ୍‌ ସେମି ପାଇଁ କ୍ୱାଲିଫାଇ କରିଛି । 

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍‌ ୨୦୨୪ର ସୁପର-୮ରେ ଥିବା ସମସ୍ତ ମ୍ୟାଚ୍‌ ଶେଷ ହୋଇଛି । ଏବେ ଆସନ୍ତା ୨୬ ଏବଂ ୨୭ ତାରିଖରେ ଦୁଇଟି ସେମି ମୁକାବିଲା ଖେଳାଯିବ । ପ୍ରଥମ ସେମିରେ ଆଫାଗାନିସ୍ତାନ ଟିମ୍‌ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ବେଳେ ୨ୟ ମୁକାବିଲାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ । 

 

  • BCCI
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.