ନିଜ ଖେଳାଳିଙ୍କ ଉପରେ ରାଗିଗଲେ କ୍ଯାପଟେନ୍, ରନ୍ ନେଉଥିବାବେଳେ ଫୋପାଡିଦେଲେ ବ୍ୟାଟ୍

Published By : Prameya-News7 Bureau | June 25, 2024 IST

ନୂଆଦିଲ୍ଲୀ ୨୫/୦୬: ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ । ଯିଏକି ପ୍ରାୟତଃ ପଡ଼ିଆରେ ରହୁନ୍ତି ଶାନ୍ତ ଓ କମନୀୟ । ହେଲେ ସେଣ୍ଟ ଭିନ୍ସେଣ୍ଟରେ ଦେଖିବାକୁ ମିଳିଛି ତାଙ୍କର ଆଙ୍ଗ୍ରି ଲୁକ୍ । ବିଚ୍ ମୈଦାନରେ ସେ ସାଥୀ ଖେଳାଳିଙ୍କୁ ପାଟି କରୁଥିବାର ନଜର ଆସିଛନ୍ତି । ଦଳ ପାଇଁ ଶେଷ ଓଭରରେ କରିମ ଜନତ ତାଙ୍କ ସହ ବ୍ୟାଟିଂ କରୁଥିଲେ। 

ବିରୋଧୀ ବୋଲର ତାନଜିମ ହାସନ ସାକିବଙ୍କ ତୃତୀୟ ବଲରେ ଖାନ ମିଡ ୱିକେଟ୍ ଉପରେ ହେଲିକପ୍ଟର ସଟ୍ ମାରିଥିଲେ। କିନ୍ତୁ ବଲ ସୀମା ରେଖା ଅତିକ୍ରମ କରିପାରି ନଥିଲା । ଫଳସ୍ୱରୂପ ସେ ଦୌଡ଼ି ପଳାଇବା ସହ ୨ ରନ୍ ନେବାକୁ ଚେଷ୍ଟା କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ରନ୍ ଶେଷ କରିଥିଲେ। 


କିନ୍ତୁ କରିମ ଦ୍ୱିତୀୟ ରନ୍‌ରେ ଆଗ୍ରହ ଦେଖାଇ ନଥିଲେ । ଫଳରେ ରସିଦ ଖାନଙ୍କ ରାଗ ହୋଇଯାଇଥିଲା ପଞ୍ଚମ । ସେ ବ୍ୟାଟ୍‌କୁ ମଝିରେ ଫିଙ୍ଗି ନିଜର କ୍ରୋଧ ପ୍ରକାଶ କରିଥିଲେ । ଅଧିନାୟକଙ୍କ କ୍ରୋଧକୁ ଅନୁଭବ କରି କରିମ ଜନତ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ରସିଦ ଖାନ ମଧ୍ୟ ତାଙ୍କୁ ଅଣଦେଖା କରୁଥିବା ଦେଖାଯାଇଥିଲା। ବାସ୍ତବରେ କ୍ୟାପଟେନ ରସିଦ ଖାନ ଶେଷ ଓଭରରେ ଶୀଘ୍ର କିଛି ରନ୍ ସ୍କୋର କରିବାକୁ ଚେଷ୍ଟା କରୁଥିଲେ । 

ତାଙ୍କ ବ୍ୟାଟରେ ମଧ୍ୟ ଭଲ ରନ୍ ଆସୁଥିଲା । ଏଭଳି ପରିସ୍ଥିତିରେ ସେ ଦୁଇ ରନ୍ ନେଇ ଷ୍ଟ୍ରାଇକ୍ ରଖିବାକୁ ଚାହୁଁଥିଲେ। କିନ୍ତୁ ଏଠାରେ କରିମ୍ ପଡ଼ିଆରେ ଟିକେ ମନ୍ଥର ଦେଖାଇଥିଲେ ।  ସିଙ୍ଗଲ ନେବା ପରେ ଦ୍ୱିତୀୟ ରନ୍ ନେବାକୁ ମନା କରିଥିଲେ । ଏହି ଜିନିଷ ରସିଦଙ୍କୁ ଅସନ୍ତୁଷ୍ଟ କଲା ଏବଂ ସେ ନିଜ ବ୍ୟାଟ୍ ଫିଙ୍ଗି ନିଜର କ୍ରୋଧ ପ୍ରକାଶ କରିଥିଲେ । 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.