କଂଗ୍ରେସ ସହିତ ନୁହେଁ ବିଜେପିରେ ମିଶିଯିବ ବିଜେଡ଼ି, ଯିଏ ଆସିବ ତାଙ୍କୁ ଆମେ ଗ୍ରହଣ କରିବୁ : ରବି ନାଏକ

Published By : Prameya-News7 Bureau | October 19, 2024 IST

ଭୁବନେଶ୍ବର ୧୯।୧୦: ବିଜେଡି ଆଉ ବେଶୀ ଦିନ ରହିବା ନାହିଁ । ସେ ଦଳ ଭାଙ୍ଗି ଯିବ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ କହିଛନ୍ତି, ମୋ କାହିବା ଠାରୁ ତାଙ୍କ ଦଳର ଅଭିଜ୍ଞ ନେତା ଅମର ଶତପଥୀଙ୍କ ବୟାନକୁ ଦେଖିବା, ତାହେଲେ ବିଜେଡିର ଆଉ କିଛି ନାହିଁ । ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି । ସେ ଦଳ ରହିବ ନାହିଁ ଏହା ସ୍ପଷ୍ଟ ଜଣାପଡ଼ି ଯାଉଛି । ସେ ଦଳ ଭାରତୀୟ ଜନତା ପାର୍ଟିରେ ମିଶିବ । କଂଗ୍ରେସ ସହିତ ନୁହେଁ ବିଜେପିରେ ସେ ଦଳ ମିଶିବ । ଯିଏ ଆସିବ ତାଙ୍କୁ ଆମେ ଦଳକୁ ଆସିବ ଆମେ ଗ୍ରହଣ କରିବୁ। 

You Can Read:

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାଁ, ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁରେ ଚାଲିବ କାର୍ଯ୍ୟକ୍ରମ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.