ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାଁ, ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁରେ ଚାଲିବ କାର୍ଯ୍ୟକ୍ରମ

Published By : Prameya-News7 Bureau | October 19, 2024 IST

ଭୁବନେଶ୍ବର ୧୯।୧୦: ବଦଳିବ ‘ଆମ ଓଡିଶା, ନବୀନ ଓଡିଶା’ର ନାଁ । ‘ବିକଶିତ ଗାଁ, ବିକଶିତ ଓଡିଶା’ ନାଁରେ ଚାଲିବ କାର୍ଯ୍ୟକ୍ରମ । ଦୁଇ ଦିନ ଭିତରେ ଗାଇଡ଼ ଲାଇନ ଆଣୁଛନ୍ତି ରାଜ୍ୟ ସରକାର । ଯେଉଁଥିରେ ପଲ୍ଲୀସଭାକୁ ଦିଆଯିବ ଗୁରୁତ୍ୱ । ପଞ୍ଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା । ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଞ୍ଚାୟତର ବିକାଶ ହେବ । ଅନୁସୂଚିତ ଜନଜାତି ଅଞ୍ଚଳରେ ପେଶା ଆଇନ ଲାଗୁ ହେବ ଅନ୍ୟ ସବୁ ଅଞ୍ଚଳରେ ଗ୍ରାମସଭା ଏବଂ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ । ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡ଼ ଲାଇନ ଆସୁଛି । ଆମ ଓଡିଶା ନବୀନ ଓଡ଼ିଶାରେ ପଞ୍ଚାୟତ ପ୍ରତିନିଧି ପ୍ରଥମ ଥର ଆନ୍ଦୋଳନକୁ ଓହ୍ଲାଇ ଥିଲେ । କୋଭିଡ୍ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳ ଆଖ୍ୟା ଦେଲେ । ପରେ କ୍ଷମତା ହଟାଇ ଦେଲେ । କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ । ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି । 

You Can Read:

ଅସନ୍ତୋଷ ସବୁଠି ଥାଏ, ବିଜେଡିରେ ଲାଗି ରହିଥିବା ଅସନ୍ତୋଷକୁ ତିଆରି କରାଯାଇଛି : ଶାରଦା ନାୟକ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.