ଅସନ୍ତୋଷ ସବୁଠି ଥାଏ, ବିଜେଡିରେ ଲାଗି ରହିଥିବା ଅସନ୍ତୋଷକୁ ତିଆରି କରାଯାଇଛି : ଶାରଦା ନାୟକ

Published By : Prameya-News7 Bureau | October 19, 2024 IST

ଭୁବନେଶ୍ବର ୧୯।୧୦: ବିଜେଡିର ବରିଷ୍ଠ ନେତାଙ୍କ ଅସନ୍ତୋଷ ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଲେ ବିଧାୟକ ଶାରଦା ନାୟକ । ବିଜେଡିରେ ଲାଗି ରହିଥିବା ଅସନ୍ତୋଷକୁ ତିଆରି କରାଯାଇଛି ବୋଲି ଶାରଦା କହିଛନ୍ତି । ଶାରଦା ଆହୁରି କହିଛନ୍ତି, ଅସନ୍ତୋଷ ସବୁଠି ଥାଏ । ଅସନ୍ତୋଷ ତିଆରି କରାଯାଇଥାଏ । ସବୁ ଦଳରେ ଅସନ୍ତୋଷ ଅଛି । କିନ୍ତୁ ଲୋକ ବିଜେଡି ସହ ଅଛନ୍ତି । ଟ୍ରେନ୍ ଗତି କଲା ବେଳେ କିଛି ଲୋକ ଚଢ଼ନ୍ତି ଆଉ କିଛି ଓହ୍ଲାନ୍ତି । ସେମିତି ବିଜେଡି ଆଗକୁ ବଢ଼ିବା ବେଳେ କିଛି ଲୋକ ଓହ୍ଲେଇ ଯିବା ସ୍ବଭାବିକ କଥା । ବ୍ୟକ୍ତିଗତ ଭାବେ କିଏ କେଉଁ ଦଳକୁ ଗଲା ତାକୁ ହିସାବ କରିବାଟା ଠିକ୍ ନୁହେଁ । ଆଜି ବି ଓଡିଶାବାସୀ ବିଜୁ ଜନତା ଦଳ ସହ ଅଛନ୍ତି । ବିଜେଡି ଭାଙ୍ଗିଯିବାର ବିଜେପି ଯେଉଁ ମନ୍ତବ୍ୟ ଦେଉଛି ତାହା କେବଳ ନିଜକୁ ଖୁସି କରିବା ପାଇଁ । ସମୟ ବଡ଼ ବଳବାନ । ଦେଖନ୍ତୁ ଆଗକୁ କ’ଣ ହେଉଛି ବୋଲି ଶାରଦା କହିଛନ୍ତି ।

You Can Read:

ଆସନ୍ତା ୨୬ରେ ଓଡ଼ିଶା ଆସିବେ ବରିଷ୍ଠ ନେତା ଚରଣ ଦାସ ମହନ୍ତ, କିଏ ପିସିସି ସଭାପତି ହେବେ ସେ ନେଇ ହେବ ଆଲୋଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.