କେନ୍ଦୁ ଘାଟିରେ ସିରିଜ୍‌ ଦୁର୍ଘଟଣା: ଜଗନ୍ନାଥ ଏକ୍ସପ୍ରେସ୍ ଓ ପିକଅପ୍‌କୁ ଧକ୍କା ଦେଇ ଓଲଟିଲା ବସ୍

Published By : Prameya-News7 Bureau | October 21, 2024 IST

ମୋହନା ୨୧/୧୦: ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା । ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ୍‌ ଓ ଗୋଟିଏ ପିକ ଅପ ଭ୍ୟାନ୍‌କୁ ଧକା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀବାହୀ ବସ୍‌ । ଫଳରେ ଉଭୟ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । 

ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବାବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତ ମାଲକାନଗିରି ଅଂଚଳର । ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା ।  ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲିଲିଗଡ଼ କେନ୍ଦୁଘାଟିରେ ରାସ୍ତା କଡ଼କୁ ଖସିପଡ଼ିଥିଲା । 

ତେବେ ରାସ୍ତା କଡ଼କୁ ବସ୍‌ଟି ଥିବାବେଳେ ଆଗରେ ଏକ ପିକ ଅପ ଭ୍ୟାନ ଥିଲା । ଏହି ସମୟରେ ଭୁବନେଶ୍ୱର ରୁ ମାଲକାନଗିରି ଯାଉଥିବା ମହାକାଳେଶ୍ୱର ନାମକ ଆଉ ଏକ ଯାତ୍ରୀବାହୀ ବସ୍‌ ଓ ପିକ ଅପ୍‌କୁ ପଛପଟୁ ଧକା ଦେଇ ରାସ୍ତାର ୨୦ ଫୁଟ ତଳକୁ ଖସି ଓଲଟି ପଡିଛି । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.