ଦିନେ ଓଡ଼ିଆ ଭାଷା ପାଇଁ ବିଫଳ ହୋଇଥିଲେ, ଆଜି ଓଡ଼ିଶା ସିଭିଲ୍ ସର୍ଭିସରେ ୨୯୬ ରାଙ୍କ ହାସଲ

Published By : Prameya-News7 Bureau | October 20, 2024 IST

ଭଦ୍ରକ: ଦିନେ ଓଡ଼ିଆ ଭାଷା ପାଇଁ ବିଫଳତା ମିଳିଥିଲା। ପୁଣି ସେହି ଓଡ଼ିଆ ଭାଷାରେ ପାରଙ୍ଗମ ହେବା ପରେ ମିଳିଲା ସହାୟତା । ବାପା ପ୍ରତିରକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ । ବଡ ଭାଇ ଇଂଜିନିୟର , ନିଜେ ମଧ୍ୟ ଘରୋଇ ମୋଟର୍ସ କଂପାନୀରେ ଇଞ୍ଜିନିୟର ଭାବେ କାମ କରୁଛନ୍ତି। ଏହା ସତ୍ତ୍ୱେ ନିଜ ଇଚ୍ଛା ଓ ପ୍ରଚେଷ୍ଟା ପାଇଁ ଏଥର ଓଡ଼ିଶା ଲୋକସେବା ଅୟୋଗର ସିଭିଲ ସର୍ଭିସ ପରୀକ୍ଷାରେ ରାଜ୍ୟରେ ୨୯୬ ରାଙ୍କ ହାସଲ କରିଛନ୍ତି । 

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଇପୂର୍ ପଂଚାୟତର ନାରାୟଣପୁର ଶାସନର ସୌରଭ କୁମାର ପାଣିଗ୍ରାହୀ। ସେ ଚେନ୍ନାଇରେ ଆନ୍ନା ୟୁନଭରସିଟିରେ ବି ଟେକ ପରେ କ୍ୟାମ୍ପସ ମାଧ୍ୟମରେ ଚାକିରି ପାଇଥିଲେ । ଚେନ୍ନାଇରେ ଫର୍ଡ ମୋଟର୍ସରେ ସିନିୟର୍ ଇଞ୍ଜିନିୟର ଥାଇ । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ହେଉଥିଲେ । ଛୁଟି ଦିନରେ ୫ ରୁ ୬ ଘଣ୍ଟା ଓ ଅନ୍ୟ ଦିନରେ ୩ ଘଣ୍ଟା ପାଠ ପଢୁଥିଲେ । ପ୍ରଥମ ପ୍ରୟାସରେ ଓଡ଼ିଆ ଭାଷା ପାଇଁ ସଫଳତା ପାଇନଥିଲେ। ପରେ ଲଗାତାର ଭାବେ ତୃତୀୟ ପ୍ରୟାସରେ ୨୯୬ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ସୌରଭ କହିଛନ୍ତି ଯେ ଫାର୍ମିଂ ସେକ୍ଟରରେ କାର୍ଯ୍ୟ କରିବା ପାଇଁ ଇଚ୍ଛା ଅଛି । କ୍ୟାରିୟର ପରେ ବି କେହି ବସନ୍ତୁ ନାହିଁ । ବିଫଳତାର କାରଣ ଖୋଜିବା ସହ ଆଗକୁ ବଢନ୍ତୁ , ସଫଳତା ନିଶ୍ଚିତ ମିଳିବ । ରେଜଲ୍ଟ ପରେ ସେ ଚେନ୍ନାଇରେ କାର୍ଯ୍ୟ କରୁଥିବା କମ୍ପାନୀରୁ କାମ ଛାଡ଼ିବେ ଓ ପ୍ରଶିକ୍ଷଣ ପାଇଁ ଆସିବେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.