ଆମ ଓଡିଶା ନବୀନ ଓଡିଶାର ବାକି କାମ ପୁଣି ଆରମ୍ଭ ହେବ : ପଞ୍ଚାୟତିରାଜ ମନ୍ତ୍ରୀ

Published By : Prameya-News7 Bureau | September 03, 2024 IST

ଭୁବନେଶ୍ବର ୩।୯: ଆମ ଓଡିଶା ନବୀନ ଓଡିଶା କାମ ପୁଣି ଆରମ୍ଭ ହେବ ବୋଲି ବିଧାନସଭା ପ୍ରଶ୍ନକାଳରେ ଗୃହରେ ବିବୃତ୍ତି ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ମନ୍ତ୍ରୀ କହିଲେ, ଆମ ଓଡ଼ିଶା ନବୀନ ଓଡିଶାରେ ୩୪୫୭ କୋଟିର ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା । ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି । ବାକି କିଛି କାମ ଚାଲୁଛି । କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ । 

ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହୋଇଛି ସେଥିରେ କିଛି ତଥ୍ୟ ବ୍ଲକ ଓ ପଞ୍ଚାୟତ ଲେଭଲରେ ତାହା ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇନାହିଁ । ଖୁବଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ ।  

ଆମ ଓଡ଼ିଶା ନବୀନ ଓଡିଶା ବଜେଟର ୮୦ ପ୍ରତିଶତ ଅର୍ଥ ଡ଼ିଆରଡ଼ିଏ ରହିଛି । ଆମ ଓଡ଼ିଶା ନବୀନ ଓଡିଶାରେ ଯେଉଁ କାମ ହୋଇଛି ତାହାର ଅନୁଦାନ ନିଶ୍ଚିତ ଭାବେ ଦିଆଯିବ । ସେଥିରେ କୌଣସି ସନ୍ଦେହ ନାହିଁ । 

ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ବୁଲାଇବା ଓ କୀର୍ତ୍ତନ ମଣ୍ଡଳୀ ବୁଲାଇବା କାରଣରୁ ଆମ ଓଡ଼ିଶା ନବୀନ ଓଡିଶାର ଅନେକ ଟଙ୍କା ସେଥିରେ ଲାଗିଥିଲା । ଯେଉଁଥି ପାଇଁ ବିକାଶ ମୂଳକ କାର୍ଯ୍ୟ ପାଇଁ ଟଙ୍କାର ଅଭାବ ଦେଖା ଦେଇଥିବ । ତେଣୁ ଆମେ ତା ପାଇଁ ପଦକ୍ଷେପ ନେବାକୁ ଯାଉଛୁ । 

ମନରେଗାରେ ବ୍ୟାପକ ବାଟମାରଣା ହେଉଛି । ବଡ଼ ବଡ଼ ଲୋକଙ୍କ ନାଁରେ ଜବ୍ କାର୍ଡ ରହୁଛି । ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । କାମ କରୁଥିବା ଲୋକ ଟଙ୍କା ପାଉ ନାହାନ୍ତି । ତେଣୁ ଆମେ ଯୋଜନା କରୁଛୁ ଏହାକୁ ବନ୍ଦ କରି ଆଗକୁ ଓଡିଶାକୁ ଦାଦନ ମୁକ୍ତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ, ୧୦୦% କ୍ଷମତା ପାଇବେ ସରପଞ୍ଚ : ପଞ୍ଚାୟତିରାଜ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.