ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୁଣି ଫେରିବ ଦୁନିଆର ସବୁଠୁ ବଡ଼ ପିଜ୍ଜା ରେଷ୍ଟୁରାଣ୍ଟ ମଧ୍ୟରୁ ଗୋଟିଏ ‘ପାପା ଜନ୍ସ’ । ପୂର୍ବରୁ ‘ପାପା ଜନ୍ସ’ ୨୦୨୪ରେ ଭାରତରେ ଏଣ୍ଟ୍ରି ପାଇଁ ଯୋଜନା ରଖିଥିଲା। ହେଲେ ଏହି ଯୋଜନାକୁ ପରବର୍ତ୍ତୀ ସମୟରେ ସ୍ଥଗିତ କରିଥିଲା ।
କୁହାଯାଉଛି କମ୍ପାନି ଭାରତରେ ଏହାର ବଡ଼ ସବୁଠ ବଡ଼ କମ୍ପିଟିଟର କୁହଯାଉଥିବା ଡମିନୋସ ପିଜ୍ଜା ଏବଂ ପିଜ୍ଜା ହଟ୍କୁ ଟକ୍କର ଦେବାକୁ ନୂଆ ଯୋଜନା ସହ ଏଣ୍ଟ୍ରି କରିବାକୁ ଏଭଳି ନିଷ୍ପତ୍ତି ନେଇଥିଲା। କମ୍ପାନି ଏଥର ଦୀର୍ଘ ମିଆଦୀ ଯୋଜନା ନେଇ ଭାରତକୁ ଫେରୁଛି।
ସୂଚନଯୋଗ୍ୟ, ଅନ୍ତର୍ଜାତୀୟ ଫୁଡ୍ ସର୍ଭିସ୍ ବ୍ରାଣ୍ଡ୍ଙ୍କ ପାଇଁ ଭାରତରେ ଖୁବ୍ ଚାଲେଞ୍ଜ ରହିଛି। ଏଥିପାଇଁ ‘ପାପା ଜନ୍ସ’ ୨୦୧୭ରେ ଦେଶ ଛାଡ଼ିଥିଲା। ହେଲେ ଏଥର କମ୍ପାନି କୌଣସି ରିସ୍କ ନେବାକୁ ଚାହୁନାହିଁ। ଏଥିପାଇଁ ସ୍ଥାନୀୟ ଫ୍ରାଞ୍ଚାଇଜି ସହ କାମ କରିବାକୁ ଯୋଜନା କରୁଛି।
ବିକଶିତ ମାର୍କେଟ ତୁଳନାରେ ଭାରତ ଭଳି ବିକାଶଶୀଳ ବଜାରରେ ଦାମ୍, ସ୍ଥାନୀୟକରଣ ଏବଂ ପରିଚାଳନା ଓ ଦକ୍ଷତା ମଧ୍ୟରେ ସନ୍ତୁଳନର ଆବଶ୍ୟକତାର ଆବଶ୍ୟକ ରହିଛି। ତେଣୁ ଭାରତରେ ଷ୍ଟୋର ଖୋଲିବା କମ୍ପାନିର ଅନ୍ତର୍ଜାତୀୟ ବିକାଶ ରଣନୀତିରେ ଏକ ବଡ଼ ପଦକ୍ଷେପ।
‘ପାପା ଜନ୍ସ’ର ଦୁନିଆରେ ୫, ୯୦୦ରୁ ଅଧିକ ଷ୍ଟୋର ରହିଥିବାବେଳେ, କମ୍ପାନି ଭାରତରେ ଆଗାମୀ ୧୦ ବର୍ଷରେ ୬୫୦ ଆଉଟଲେଟ ବିସ୍ତାର କରିବାକୁ ଲକ୍ଷ ରଖିଛି। ଅବଶ୍ୟ କମ୍ପାନି ଖୁବ୍ ସାବଧାନତାର ସହ ଏହି ବିସ୍ତାର କରିବ। ପ୍ରାଥମିକ ଭାବରେ ମେଟ୍ରୋ ସହର ଏବଂ ପରେ ଛୋଟ ସହରରେ ଆଉଟଲେଟ ଖୋଲିବାକୁ ଯୋଜନା ରଖିଛି କମ୍ପାନି।