ରିଲାଏନ୍ସ କଞ୍ଜ୍ୟୁମର୍ସ ପ୍ରଡକ୍ଟସ ଆଣିଲା ନୂଆ "ରସକିକ୍ ଗ୍ଲୁକୋ ଏନର୍ଜି": ରହିଛି ଇଲେକ୍ଟ୍ରୋଲାଇଟ୍, ଗ୍ଲୁକୋଜ୍ ସହ ଲେମ୍ବୁ ରସର ସୁଗୁଣ

Published By : Prameya-News7 Bureau | January 07, 2025 IST

ବେଙ୍ଗାଲୁରୁ: ଭାରତୀୟ ବଜାରରେ ନୂଆ ଏନର୍ଜି ଡ୍ରିଙ୍କ୍‌ର ଶୁଭାରମ୍ଭ କରିଛି ରିଲାଏନ୍ସ କଞ୍ଜ୍ୟମର ପ୍ରଡକ୍ଟ ଲିମିଟେଡ୍ (RCPL) । ଇଲେକ୍ଟ୍ରୋଲାଇଟ୍, ଗ୍ଲୁକୋଜ୍ ଏବଂ ପ୍ରକୃତ ଲେମ୍ବୁ ରସରେ ଭରପୁର ଏହି ରିଫ୍ରେସିଂ ପାନୀୟର ଗୋଟିଏ ପ୍ୟାକେଟର ମୂଲ୍ୟ ରହିଛି ୧୦ ଟଙ୍କା । ରସକିକ୍ ଗ୍ଲୁକୋ ଏନର୍ଜିର ଶୁଭାରମ୍ଭ ସହିତ ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ ରିହାଇଡ୍ରେସନ୍ ବର୍ଗରେ ଏଣ୍ଟ୍ରି କରିଛି। ଏହି ଏନର୍ଜି ଡ୍ରିଙ୍କ୍ ବ୍ୟକ୍ତିଙ୍କୁ ହାଇଡ୍ରେଟ୍ ରଖିବା ସହ ଏଥିରେ ଥିବା ଲେମ୍ବୁ ରସ ପ୍ରାକୃତିକ ସ୍ୱାଦର ଏକ ସତେଜ ଅନୁଭବ ଦେବ। 

ତେବେ ରସକିକ୍‌ର ଶୁଭାରମ୍ଭ ସହ ଆରସିପିଏଲ ନିଜକୁ ଏକ ସାମଗ୍ରିକ ପାନୀୟ ଏବଂ ଉପଭୋକ୍ତା ଉତ୍ପାଦ କମ୍ପାନୀ' ଭାବରେ ଉପସ୍ଥାପିତ କରିଛି। ଯାହାକି ଭାରତୀୟ ଗ୍ରାହକଙ୍କ ଦୈନନ୍ଦିନ ଆବଶ୍ୟକତା ଅନୁଯାୟୀ ଗ୍ରାହକ-କେନ୍ଦ୍ରିକ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଉତ୍ସର୍ଗୀକୃତ। ବିଶ୍ୱ ସ୍ତରୀୟ ମାନକ ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଅଭିନବ ଉତ୍ପାଦ ପ୍ରଦାନ କରିବାକୁ ପ୍ରତିବଦ୍ଧ, ରସକିକ୍ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁଲଭ ତଥା ସର୍ବୋତ୍ତମ ଗୁଣବତ୍ତା ସମ୍ପନ୍ନ ଫଳ ଭିତ୍ତିକ ପାନୀୟ, ଜୁସ୍ ଏବଂ କାର୍ଯ୍ୟକ୍ଷମ ପାନୀୟ ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛି। 

ରସକିକରେ ଆମ୍ବ, ସେଓ, ମିଶ୍ରିତ ଫଳ, ପଇଡ / ନଡ଼ିଆ ପାଣି ଏବଂ ଲେମ୍ବୁ ପାଣି ଭଳି ବିବିଧ ପ୍ରକାର ପାନୀୟ ରହିଛି। ଏହା ଭାରତୀୟ ଆଞ୍ଚଳିକ ଫଳଗୁଡିକର ବିବିଧତା ଏବଂ ସ୍ୱାଦ ଦ୍ୱାରା ଅନୁପ୍ରାଣିତ ହୋଇ ଏହାର ପୋର୍ଟଫୋଲିଓକୁ ଆହୁରି ବିସ୍ତାର କରିବ। ରସକିକ୍ ଗ୍ଲୁକୋ ଏନର୍ଜି ମଧ୍ୟ ଶୀଘ୍ର ୭୫୦ ମିଲି ଘରୋଇ ବ୍ୟବହାର ପ୍ୟାକରେ ଉପଲବ୍ଧ ହେବ।

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେତନ ମୋଦୀ କହିଛନ୍ତି, “ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାକୁ ଗଭୀର ଭାବରେ ବୁଝିପାରୁଛୁ ଏବଂ ଆମର ବ୍ରାଣ୍ଡ ମାଧ୍ୟମରେ ଭାରତୀୟ ଗ୍ରାହକଙ୍କୁ ନୂତନ ପରମ୍ପରା ପ୍ରଦାନ କରୁଛୁ। ରସକିକ୍ ଗ୍ଲୁକୋ ଏନର୍ଜି କେବଳ ଏକ ପାନୀୟ ନୁହେଁ। ଏହା କେବଳ ହାଇଡ୍ରେସନ୍ ଠାରୁ ଅନେକ ଅଧିକ - ଏହା ଭାରତୀୟ ଗ୍ରାହକଙ୍କୁ ଦିନର ଆହ୍ୱାନର ମୁକାବିଲା ପାଇଁ ସତେଜ ଏବଂ ଶକ୍ତିବାନ କରିବା ସହିତ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱଚ୍ଛତା, ଗୁଣବତ୍ତା ଏବଂ ସୁବିଧାଜନକ ପାନୀୟ ପ୍ରଦାନ କରିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.