ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ୧୦ ମିଟର ଏୟାର ରାଇଫଲ କ୍ବାଲିଫାୟାରରୁ ଭାରତୀୟ ଖେଳାଳି ଆଉଟ୍

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭରୁ ଭାରତ ନିରାଶ । ୧୦ ମିଟର ସୁଟିଂରେ ମିଳିତ ଟିମର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲ୍ ପାଇଁ କ୍ବାଲିଫାୟାର ରାଉଣ୍ଡରୁ ବାଦ୍ ପଡ଼ିଛନ୍ତି ଭାରତୀୟ କ୍ରୀଡାବିତ୍ । ଫାଇନାଲରେ ପ୍ରବେଶ କରି ପାରିଲେନି ରମିତା ଜିନ୍ଦଲ ଓ ଅର୍ଜୁନ ବବୁତାଙ୍କ ଯୋଡ଼ି ।

ପ୍ୟାରିସ୍ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ପ୍ରଥମେ ୧୦ ମିଟର ଏୟାର ରାଇଫଲ୍ ମିକ୍ସଡ ଟିମର ଯୋଗ୍ୟତା ମ୍ୟାଚ୍ ଆରମ୍ଭ ହୋଇଥିଲା । ରମିତା ଜିନ୍ଦଲ-ଅର୍ଜୁନ ବବୁତା ଯୋଡି ପଦକ ରେସରୁ ବାଦ୍ ପଡ଼ି ଯାଇଛନ୍ତି । ଏହି ଯୋଡ଼ି ୬୨୮.୭ ସ୍କୋର ହାସଲ କରି ଷଷ୍ଠ ସ୍ଥାନରେ ରହିଥିଲେ ।ସେହିପରି ଇଲାଓ୍ବେନିଲ୍ –ସନ୍ଦୀପ ସିଂହଙ୍କ ଯୋଡ଼ି ମାତ୍ର  ୬୨୬.୩ ପଏଣ୍ଟ ହାସଲ କରିଛି । ଫଳରେ ୧୦ ମିଟର ସୁଟିଂରେ ଭାରତୀୟ ଖେଳିଳାଙ୍କୁ ପଦ ଆଶା ଭାଙ୍ଗିଛି । 

ଅନ୍ୟପଟେ ୧୦ ମିଟର ଏୟାର ରାଇଫଲ୍ ମିକ୍ସଡରେ ୪ଟି ଟିମ୍ ଫାଇନାଲ୍ ରାଉଣ୍ଡ ପାଇଁ କ୍ବାଲିଫାୟାର କରିଛି । ଏହି ଇଭେଣ୍ଟରେ ଜୁଲାଇ ୨୭ ତାରିଖରେ ଫାଇନାଲ୍ ଖେଳା ଯିବ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.