ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଘୋଷଣା କଲା ହିନ୍ଦୁ ସଂଗଠନ, କହିଲେ-କମଲା ହାରିସ୍ ଭାରତ-ଆମେରିକା ସମ୍ପର୍କ ପାଇଁ ଠିକ୍ ନୁହନ୍ତି

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ: ଆମେରିକାର ଏକ ହିନ୍ଦୁ ସଂଗଠନ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସ୍‌ଙ୍କ ପରିବର୍ତ୍ତେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି । ହିନ୍ଦୁ ସଂଗଠନ ଦାବି କରିଛି ଯେ କମଲା ହାରିସ୍ ଯଦି ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତେବେ ଭାରତ ଏବଂ ଆମେରିକା ସମ୍ପର୍କ ଅସ୍ଥିର ହୋଇପାରେ । ହିନ୍ଦୁ ସଂଗଠନ ପେନସଲଭେନିଆ, ଜର୍ଜିଆ ଏବଂ ନର୍ଥ କ୍ୟାରୋଲିନା ପରି ରାଜ୍ୟରେ ଟ୍ରମ୍ପଙ୍କ ପକ୍ଷରେ ମତଦାତାଙ୍କୁ ଏକଜୁଟ୍ କରିବା ଆରମ୍ଭ କରିଛି ।

ଆମେରିକାର ହିନ୍ଦୁ ସଂଗଠନ ହିନ୍ଦୁଜ୍ ଫର୍ ଆମେରିକା ଫର୍ଷ୍ଟର ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା ଉତ୍ସବ ସନ୍ଦୁଜା କମଲାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି କମଲା ହାରିସ୍ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି, ତେବେ ହୋଇପାରେ ସୁପ୍ରିମକୋର୍ଟରେ ସେ କିଛି ଉଦାରବାଦୀ ଲୋକଙ୍କୁ ନିଯୁକ୍ତି ଦେଇପାରନ୍ତି, ଯାହାଙ୍କ ନିଷ୍ପତ୍ତି ଏସୀୟ-ଆମେରିକୀୟ ଲୋକଙ୍କ ଉପରେ ପଡ଼ିପାରେ । ଉଲ୍ଲେଖଯୋଗ୍ୟ ଯେ କମଲା ହାରିସ୍ ଏକ ଉଦାରବାଦୀ ନେତା ଏବଂ ବାମପନ୍ଥୀ ବିଚାରଧାରାକୁ ସମର୍ଥନ କରନ୍ତି । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚେତାବନୀ ଦେଇସାରିଛନ୍ତି ଯେ ହାରିସ୍ ଯଦି ନିର୍ବାଚନ ଜିତନ୍ତି ତେବେ ସେ ଇମିଗ୍ରେସନ ନୀତି ଉପରେ ଉଦାର ଆଭିମୁଖ୍ୟ ରଖିପାରନ୍ତି ।

ଉତ୍ସବ ସନ୍ଦୁଜା କହିଛନ୍ତି, 'ଟ୍ରମ୍ପ, ଭାରତର ସମର୍ଥକ ଏବଂ ତାଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସମ୍ପର୍କ ଭଲ ରହିଛି । ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିରେ ବୁଝାମଣା ହୋଇଛି । ଅନ୍ୟପଟେ କମଲା ହାରିସ୍ ଭାରତ ଏବଂ ଭାରତୀୟଙ୍କୁ ନେଇ ଅନେକ ଆପତ୍ତିଜନକ ବୟାନ ଦେଇଛନ୍ତି, କିନ୍ତୁ ଟ୍ରମ୍ପ ଭାରତର ଆଭ୍ୟନ୍ତରୀଣ ମାମଲାରେ କେବେ ଦଖଲ ଦେଇ ନାହାନ୍ତି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.