ଜାନୁଆରୀରୁ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ୍, ଡିସେମ୍ବର ୩୧ ବୈଠକରେ ବାହାରିବ ସମାଧାନ ବାଟ

Published By : Prameya-News7 Bureau | December 24, 2024 IST

ଭୁବନେଶ୍ବର ୨୪।୧୨: ଜାନୁଆରୀରୁ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ୍ । ଡିସେମ୍ବର ୩୧ ବୈଠକରେ ସମାଧାନର ବାଟ ବାହାରିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ନୂଆବର୍ଷରୁ ଆଉ ରହିବନି ସମସ୍ୟା । 

ଆବଶ୍ୟକ ପଡିଲେ ରେରା ଆଇନ ସଂଶୋଧନ ହେବ । ପୂର୍ବରୁ ରେରା କମିଟିକୁ ଏନେଇ କୁହାଯାଇଛି । ଆଇନ ଶବ୍ଦ ସଂଯୋଜନାରେ ଅସୁବିଧା ଅଛି । ବେଆଇନ ଭାବେ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ହୋଇଛି । ୩୧ ଜଣ ଜିଲ୍ଲା ରେଜିଷ୍ଟର, ସବ୍ ରେଜିଷ୍ଟରଙ୍କୁ ତାଲିକା ମଧ୍ୟ ବିଭାଗ ପ୍ରସ୍ତୁତ କରିଛି । ସେମାନଙ୍କର କେତେ ମହତ ଉଦ୍ଦେଶ୍ୟ ଥିଲା କେତେ ମନ୍ଦ ଥିଲା ତାର ମଧ୍ୟ ଖୋଳତାଡ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି । ବେଆଇନ ଭାବେ ଏହି କାମ କରିଥିଲେ ସେମାନଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

You Can Read:

ସାମାନ୍ୟ ବଚସାରୁ ସମ୍ପର୍କୀୟ ଭିଣୋଇଙ୍କ ଗଳା କାଟିଦେଲେ ଶଳା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.