ଶୀତଳ ଷଷ୍ଠୀ ପାଇଁ ଦୁଲୁକୁଛି ବିନିକା, ସୋମବାର ଦେବ ଦଂପତ୍ତିଙ୍କ ବିବାହ

Published By : Prameya-News7 Bureau | June 09, 2024 IST

ବିନିକା ୯/୬: ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଶିବ-ପାର୍ବତୀଙ୍କ ବିବାହ ପାଇଁ ଧୁମଧାମରେ ଚାଲିଛି ଆୟୋଜନ । ବାବା ବିଶ୍ବେଶ୍ବର ଓ ମାତା ପାର୍ବତୀଙ୍କ ବିବାହ ପାଇଁ ଉତ୍ସବମୁଖର ପରିବେଶ । ବିଶ୍ବେଶ୍ବର ବାବାଙ୍କ ପିତାମାତାଙ୍କ ସହ ଅନେକ ଭକ୍ତ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଆଉ ରୀତିନୀତି ଅନୁସାରେ ପତରପେଣ୍ଡି କାର୍ଯ୍ୟ ଶେଷ ହୋଇଛି । ସୋମବାର

ଦେବ ଦଂପତ୍ତିଙ୍କ ବିବାହ ଅନୁଷ୍ଠିତ ହେବ ।  ମାତା ପାର୍ବତୀଙ୍କୁ ଘରକୁ ନେବାକୁ ଅପେକ୍ଷା କରିଛନ୍ତି ବର ଘର ଲୋକ । ସେହିପରି ପାର୍ବତୀଙ୍କୁ କନ୍ୟାଦାନ କରୁଥିବାରୁ ବେଶ ଖୁସି ଅଛନ୍ତି କନ୍ୟା ପିତାମାତା । ସେପଟେ ବିଶ୍ବେଶ୍ବର ମନ୍ଦିରରେ ଜମୁଛି ତାରକାସୁର ଦରବାର । ପତରପେଣ୍ଡି ସରିବା ପରେ ତାରକାସୁର ଦରବାର କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା । ତାରକାସୁର ଭୂମିକାରେ ଗୋପାଳ ପଣ୍ଡାଙ୍କ ଅଭିନୟ ଦର୍ଶକଙ୍କୁ ଅନେକ ସମୟ ଯାଏ ବାନ୍ଧି ରଖିଥିଲା । ଏଥିସହ ନୃତ୍ୟଗୀତରେ ଝୁମିଥିଲେ ଦର୍ଶକ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.