୨୫ ପ୍ଲେୟରଙ୍କୁ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସାମିଲ କଲା PCB, ବାବରଙ୍କ ପାଇଁ ନିଆଗଲା ବଡ ନିଷ୍ପତ୍ତି

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ ୨୭।୧୦:  ପାକିସ୍ତାନ କ୍ରିକେଟ୍ ବୋର୍ଡ । ୨୦୨୪-୨୫ ଅନ୍ତର୍ଜାତୀୟ କ୍ରିକେଟ୍ ସିଜିନ ପାଇଁ ୨୫ ପୁରୁଷ ପ୍ଲେୟରଙ୍କୁ ଦେଇଛି ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ । ଏହି ଚୁକ୍ତି ୧ ଜୁଲାଇ ୨୦୨୪ରୁ ଲାଗୁ ହୋଇଛି ।  ଏଥିରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କ ଉପରେ ନିଆଯାଇଛି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । ଉଭୟ ଖେଳାଳିଙ୍କୁ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରୁ ରଖାଯାଇଛି ଅଲଗା । 

ପାକିସ୍ତାନ ବୋର୍ଡ ଅନୁଯାୟୀ ଏହି କେନ୍ଦ୍ରୀୟ ଚୁକ୍ତିନାମା ସେହି ଅନୁଯାୟୀ ଉପସ୍ଥାପିତ କରାଯାଇଛି,  ଯେପରି ଗତବର୍ଷ ଖେଳାଳି ଏବଂ ବୋର୍ଡ ମଧ୍ୟରେ ୩ ବର୍ଷ ପାଇଁ ଚୁକ୍ତି କରାଯାଇଥିଲା। ୩ ବର୍ଷର ଅବଧି ସହିତ ସେଣ୍ଟ୍ରାଲ୍ କଣ୍ଟାକ୍ଟ ସମାନ ରହିଛି ।  ଯାହା ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ପାକିସ୍ତାନ ବୋର୍ଡ ଧାର୍ଯ୍ୟ କରିଥିଲା । କିନ୍ତୁ ଟୁର୍ନାମେଣ୍ଟରେ ଟିମ୍‌ର ଖରାପ ପ୍ରଦର୍ଶନ ପରେ ବୋର୍ଡ ଏହାକୁ ସମୀକ୍ଷା କରିବାକୁ ବାଧ୍ୟ ହୋଇଥିଲା। 

PCB ଦ୍ବାରା ଜାରି ହୋଇଥିବା କେନ୍ଦ୍ରୀୟ ଚୁକ୍ତିନାମାକୁ ସମୁଦାୟ '୪' ଶ୍ରେଣୀରେ ବିଭକ୍ତ କରାଯାଇଛି । ଯେଉଁଥିରେ 'A', 'B', 'C' ଏବଂ 'D' ସାମିଲ । 'A' ବର୍ଗରେ କେବଳ ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କୁ ରଖାଯାଇଛି । ଏହାବ୍ୟତୀତ ନୂଆ ଭାବେ  ୫ଜଣ ଖେଳାଳିଙ୍କୁ 'D' କାଟାଗୋରୀରେ ସାମିଲ ହୋଇଛନ୍ତି । ଏହି ନୂଆ ପ୍ଲେୟରଙ୍କ ମଧ୍ୟରେ ଖୁରମ ଶାହାଜାଦ, ମହମ୍ମଦ ଅବ୍ବାସ ଆଫ୍ରିଦି, ମହମ୍ମଦ ଅଲି, ମହମ୍ମଦ ଇରଫାନ ଖାନ ଏବଂ ଉସମାନ ଖାନ ସାମିଲ ରହିଛନ୍ତି। 

ସେହିପରି ଶାହିନ୍ ଆଫ୍ରିଦି, ନାସିମ ଶାହା ଏବଂ ଟେଷ୍ଟ ଅଧିନାୟକ ଶାନ ମାସୁଦଙ୍କ ଭଳି ଷ୍ଟାର ପ୍ଲେୟରଙ୍କୁ 'B' କାଟାଗୋରୀରେ ସାମିଲ୍‌ କରାଯାଇଛି । ଏହାବ୍ୟତୀତ କିଛି ଷ୍ଟାର ପ୍ଲେୟରଙ୍କୁ 'C' କାଟାଗୋରୀରେ ଦେଖିବାକୁ ମିଳିଛି । ବର୍ଗରେ ଦେଖିବାକୁ ମିଳିଥିଲା |

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.