ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବା ବଦଳରେ ବଢ଼ିବାରେ ଲାଗିଛି । ନ୍ୟୁଜ୍ ଏଜେନ୍ସି ମୁତାବକ, ୟୁକ୍ରେନ୍ ଉପରେ ପୁଣି ଜୋରଦାର ହମଲା କରିଛି ଋଷ୍ । ଜାପୋରିଝିଆରେ ମିସାଇଲ୍ ମାଡ଼ କରିଛି ମସ୍କୋ ସେନା । ଏଥିରେ ପ୍ରାୟ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହମଲାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେନସ୍କି ।
Russians struck Zaporizhzhia with aerial bombs. It was a deliberate strike on the city.
— Volodymyr Zelenskyy / Володимир Зеленський (@ZelenskyyUa) January 8, 2025
As of now, dozens of people are reported wounded. All are receiving the necessary assistance. Tragically, we know of 13 people killed. My condolences to their families and loved ones.… pic.twitter.com/9FiuaqqsZ3
ଜାପୋରିଝିଆରେ ଋଷ୍ ସେନା ଆକ୍ରମଣର ଏକ ଭିଡିଓ ଜାରି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଜଣେ ଲୋକ ଗୁରୁତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳିଛି । ରକ୍ତ ଜୁଡ଼ୁବୁଡ଼ି ହୋଇଥିବା ଦେଖିବାକୁ ମିଳିଛି । ଜେଲେନସ୍କି ଏକ୍ସରେ ଲେଖିଛନ୍ତି, ଋଷ୍ ସେନା ଜପୋରିଝିଆରେ ମିସାଇଲ୍ ମାଡ଼ କରିଛି । ଜାଣିଶୁଣି ଜନବସତି ଅଞ୍ଚଳକୁ ଋଷ୍ ଟାର୍ଗେଟ୍ କରିଥିବା ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ସହରରେ ମିସାଇଲ୍ ମାଡ଼ କରିବା ସବୁଠୁ ବଡ଼ ନୃଶଂସ କାମ । ଏଥିରେ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବହୁ ସଂଖ୍ୟାରେ ବିଲ୍ଡିଂ ନଷ୍ଟ ହୋଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଏକ୍ସରେ ଲେଖି ପୋଷ୍ଟ କରିଛନ୍ତି । ଋଷ୍-ୟୁକ୍ରେନ ମଧ୍ୟରେ ପ୍ରାୟ ଅଢେଇ ବର୍ଷ ହେଲା ଯୁଦ୍ଧ ଜାରି ରହିଛି ।...