ସନ୍ନିଙ୍କ ଉପରେ ଖପ୍ପା ଗୁରୁଦାସପୁର ବାସିନ୍ଦା, ତେଜିଲା ଗଦର-୨ ବୟକଟ୍ ଦାବି

Published By : Prameya-News7 Bureau | August 21, 2023 IST

ପଞ୍ଜାବ ୨୧/୦୮: ସମଗ୍ର ଦେଶରେ ଧମାଲ କରୁଛି ବଲିଉଡ଼ ସିନେମା ଗଦର ୨ । ମୁଖ୍ୟ ଅଭିନେତା ସନି ଦେଓଲଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ସାରା ଦେଶରେ ସିନେମାର କ୍ରେଜ ଖୁବ୍ ଅଧିକ ରହିଥିବା ବେଳେ ଖୋଦ୍ ସନିଙ୍କ ସଂସଦୀୟ କ୍ଷେତ୍ର ଗୁରୁଦାସପୁରରେ ସିନେମାକୁ ବୟକଟ କରାଯାଇଛି ।

ବି ଟାଉନର ବରିଷ୍ଠ ଅଭିନେତା ସନି ଦେଓଲ ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ବିଜେପିର ସାଂସଦ ମଧ୍ୟ । କିନ୍ତୁ ସନ୍ନିଙ୍କ ଇଲାକାର ଲୋକମାନେ ଏବେ ସନିଙ୍କ ଉପରେ ପୁରା ଖପ୍ପା ଅଛନ୍ତି । ସମଗ୍ର ଦେଶରେ ବନ୍ୟା ସ୍ଥିତି ଭୟାନକ ହୋଇଥିବା ବେଳେ ଗୁରୁଦାସପୁରର୍ ବି ସ୍ଥିତି ବେହାଲ । ସେଠାକାର ସାଂସଦ ସନ୍ନିଙ୍କର କିନ୍ତୁ ଏଦିଗ ପ୍ରତି ଧ୍ୟାନ ନାହିଁ । ସେ ଫିଲ୍ମ ପ୍ରମୋସନ ଓ ସେଲିବ୍ରେସନରେ ମଜିଥିବା ବେଳେ ଏଠାରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

wp:gallery {"linkTo":"none"} /wp:gallery

ସନି ଅଭିନୟକୁ ପୁରା ସମୟ ଦେଉଥିବା ବେଳେ ନିଜ ସଂସଦୀୟ କ୍ଷେତ୍ର ପ୍ରତି ତାଙ୍କର କୌଣସି ଦାୟିତ୍ୱ ନାହିଁ । ସାଂସଦ ଭାବେ ନିର୍ବାଚିତ ହେବା ଦିନଠୁ ସେ ଗୁରୁଦାସପୁର କି ଏଠାକାର ଲୋକଙ୍କ ପାଇଁ କୌଣସି କାର୍ଯ୍ୟ କରିନାହାନ୍ତି । ଏପରିକି ସେ ଲୋକସଭାରେ ମଧ୍ୟ ଗୁରୁଦାସପୁରର ବିକାଶ ପାଇଁ କେବେ କୌଣସି ପ୍ରସଙ୍ଗ ଉଠାଇ ନାହାନ୍ତି ବୋଲି ଅଭିଯୋଗ ହୋଇଛି ।

କୌଣସି ସମସ୍ୟା ନେଇ ଯୋଗାଯୋଗ କରାଗଲେ ସେ ଫୋନ୍ ମଧ୍ୟ ଉଠାନ୍ତି ନାହିଁ । ତେଣୁ ଜଣେ ସାଂସଦ ଭାବେ ସେ ନିଜ ଦାୟିତ୍ବ ତୁଲାଇ ନ ପାରିଲେ ନିଜ ପଦରୁ ଇସ୍ତଫା ଦେଇ ଅଭିନୟରେ ପୁରା ଧ୍ୟାନ ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି । ସନ୍ନିଙ୍କ ଫିଲ୍ମ ଯେଉଁଠି ପ୍ରଶଂସା ସାଉଁଟିଲେ ବି ଗୁରୁଦାସପୁରରେ ସିନେମାକୁ ବୟକଟ କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

you can also read...

wp:embed {"url":"https://www.prameyanews7.com/gadar-2-actor-bungalow-not-auctioned-bank-of-baroda/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gadar-2-actor-bungalow-not-auctioned-bank-of-baroda/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.