ଭୁବନେଶ୍ୱର ୩୦।୧୨ : ରାଜଧାନୀରେ ରାସ୍ତାରୋକ । ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ହୋଇଛି ରାସ୍ତାରୋକ । ପ୍ଲାଏ ଓଭର ନିର୍ମାଣରେ ବିଳମ୍ବ ନେଇ ସ୍ଥାନୀୟ ଲୋକଙ୍କୁ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି ।
ଖବର ଅନୁଯାୟୀ, ରାଜଧାନୀର ଭିଏସ୍ଏସ୍ ନଗରରେ ଏକ ପ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେଉଛି । ଯାହାର କାମ ଦୀର୍ଘ ଦିନ ଧରି ଚାଲୁଆସୁଛି । ତେବେ ପ୍ଲାଏ ଓଭର ନିର୍ମାଣ କାମରେ ବିଳମ୍ବ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଦାବି ଏବଂ ଅଭିଯୋଗ ପରେ ବି ନିର୍ମାଣ କାମ ସାରୁନାହାନ୍ତି କର୍ତ୍ତୃପକ୍ଷ । ଶେଷରେ ସୋମବାର ଦିନ ବାଧ୍ୟ ହୋଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ନିର୍ମାଣ ସ୍ଥଳରେ ଧାରଣ ଦେବା ସହ ରାସ୍ତାରୋକ କରିଛନ୍ତି । ପ୍ଲାଏ ଓଭର ନିର୍ମାଣ କାମରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଏହି ଆନ୍ଦୋଳନ ହେଉଛି । ତେବେ ରାସ୍ତାରୋକ ଯୋଗୁ ଗାଡି ଚଳାଚଳ ପ୍ରଭାବିତ ହେଉଛି । ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ଥିବା ଜଣାପଡିଛି । ସେହିପରି କମିଶନରେଟ୍ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କ ବୁଝାସୁଝା କରୁଛି ।